ପ୍ରବେଶ ରଥର ଶୁଭାରମ୍ଭ ବା ସ୍କୁଲରେ ଖଡି ଛୁଆଁ ଆରମ୍ଭ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ସମସ୍ତ ବ୍ଳକରେ ପ୍ରବେଶ ରଥ ପରିକ୍ରମା କରିବ ଏବଂ କୁନିକୁନି ପିଲାମାନଙ୍କୁ ଜିରୋ କାଜୁଆଲଟି ମଧ୍ୟରେ ପାଠପଢା ହେବ ସେ ନେଇ ଆଜି ପ୍ରବେଶ ରଥ ର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ବୁଗୁଡା ସହରର ଉପକଣ୍ଠରେ ଥିବା ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସମସ୍ତ ଅବିଭାବକ ମାନଙ୍କୁ ସଚେତନତା କରାଇବା ଓ କୁନିକୁନି ପିଲାମାନଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇ ସେମାନଙ୍କୁ ଖଡିଛୁଆଁ କରିବା ଆଦି ଲକ୍ଷ୍ଯରେ ଆଜି ବୁଗୁଡା ବ୍ଳକର ସମସ୍ତ ବିଦ୍ୟାଳୟ ତଥା ଗାଁଗାଁରେ ଏହି ପ୍ରବେଶ ରଥର ପରିକ୍ରମା ହେଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୀନ୍ମୟ ମହାପାତ୍ର ଏବଂ ବୁଗୁଡା ତହସିଲଦାର ତାପସ ରାଉତ ଯୋଗଦେଇ ରଥର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ତଥା ଶିକ୍ଷୟତ୍ରି ଏବଂ ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦେଇ ରଥକୁ ବନ୍ଦାପନା କରିବା ପରେ ରଥ ପରିକ୍ରମା ଆରମ୍ଭ କରିଥିଲା।

You might also like
error: Content is protected !!