ଆଦିବାସୀ ମହାବିଦ୍ୟାଳୟ କୁ ସରକାରୀ କରଣ ପାଇଁ ଛାତ୍ର ଛାତ୍ରୀ ଙ୍କ ତରଫରୁ ଉପିଲ୍ଲାପାଳଙ୍କୁ ଦାଵୀ ପତ୍ର ପ୍ରଦାନ

ବାଲିଗୁଡା,୦୩/୦୪ [ସୁକାନ୍ତ କୁମାର ତ୍ରିପାଠୀ ]କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ କୁ ଚଳିତ ଶିକ୍ଷା ବର୍ଷ ରୁ ସରକାରୀ କରଣ କରିବା ପାଇଁ ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନଙ୍କୁ ଭେଟି ଏକ ଦାଵୀ ପତ୍ର ପ୍ରଦାନ କରାଯାଇଛି। ଛାତ୍ର ଛାତ୍ରୀ ମାନେ ଏହି ଅଞ୍ଚଳରେ ଉଚ୍ଚ ଶିକ୍ଷା କୁ ଅଧିକ ସୁଗମ କରିବା, ଆର୍ଥିକ ବୋଝ କମ କରିବା, ଉନ୍ନତ ଭିତ୍ତିଭୂମି ବିକାଶ ପାଇଁ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ କରି ଆଦିବାସୀ ମହାବିଦ୍ୟାଳୟ କୁ ସରକାରୀ କରଣ ପାଇଁ ସରକାର ଙ୍କୁ ସୁପାରିସ କରିବା ପାଇଁ ଛାତ୍ର ଛାତ୍ରୀ ଙ୍କ ପ୍ରତିନିଧି ମାନେ ନିବେଦନ କରିଛନ୍ତି। ଆଶା ଯେ ଉପଜିଲ୍ଲାପାଳ ଙ୍କ ସୁପାରିସ ପରେ ନିଶ୍ଚିତ ସେମାନଙ୍କ ଦାବି ପୂରଣ ହେବ। ପ୍ରକାଶ ଥାଉକି, ପୂର୍ବରୁ ଛାତ୍ର ଛାତ୍ରୀ ମାନେ ଲଗାତାର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, କନ୍ଧମାଳ ସାଂସଦ, ଫୁଲବାଣୀ ବିଧାୟକ, ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ, କନ୍ଧମାଳ ଜିଲ୍ଲାପାଳ ଙ୍କୁ ଏ ବିଷୟରେ ପୂର୍ବରୁ ଦାବିପତ୍ର ପ୍ରଦାନ କରିଛନ୍ତି।

You might also like
error: Content is protected !!