୧୨୭ ବାଟାଲିଅନ୍ ସିଆରପିଏଫ୍ ତରଫରୁ ବାଲିଗୁଡ଼ାଠାରେ ୩୫ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଗୁଡା, ୦୨/୦୪ [ସୁକାନ୍ତ କୁମାର ତ୍ରିପାଠୀ):୧୨୭ ବାଟାଲିଅନ୍, ସିଆରପିଏଫ୍, ବାଲିଗୁଡ଼ା ଠାରେ ୩୫ତମ ପ୍ରତିଷ୍ଠା ଦିବସ ଗତକାଲି ବାଲିଗୁଡା ସିଆରପିଏଫ୍ ମୁଖ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଙ୍କଜ ବର୍ମା କମାଣ୍ଡାଣ୍ଟ ୟୁନିଟ୍ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ। ଏହି ଉତ୍ସବ ପାଳନ କରିବା ପାଇଁ ୟୁନିଟ୍ରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଏବଂ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯାହାର ଆରମ୍ଭ ବାହିନୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି


ଅର୍ପଣ ସହିତ ହୋଇଥିଲା। ଏହି ଅବସରରେ କମାଣ୍ଡାଣ୍ଟ ୧୨୭ ବାଟାଲିଅନ୍ ୟୁନିଟ୍ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ବିଶ୍ୱସ୍ତତା ଏବଂ ଆନ୍ତରିକତାର ସହିତ ସେମାନଙ୍କର କର୍ତ୍ତବ୍ୟ ପାଳନ କରିଥିବା ବାହିନୀ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ୟୁନିଟ୍ ଦ୍ୱାରା ଆଥଲେଟିକ୍ସ, ଭଲିବଲ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା ଏବଂ ବିଜେତାମାନଙ୍କୁ ପଦକ ବଣ୍ଟନ କରାଯାଇଥିଲା। ବିଳମ୍ବିତ ସନ୍ଧ୍ୟାରେ ଏକ ବାରଖାନା ଆୟୋଜନ ସହିତ ଦିନଟି ଶେଷ ହୋଇଥିଲା।