ତାରାତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ।

ତାରାତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ): ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ତା -୦୨/୦୪/୨୦୨୫ ରିଖରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ସଂଯୋଜିକା ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରାବଣୀ ଖଟାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ପ୍ରମୋଦ କୁମାର ଚୌଧୁରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଛାତ୍ରୀ ମାନଙ୍କ ଆତ୍ମବଳ,ଆତ୍ମସୁରକ୍ଷା,ଆତ୍ମ ସଂଯମତା ବୃଦ୍ଧି ସକାଶେ କିପରି ଏହି ଶିବିର ସହାୟକ ହେବ ତାହା ବର୍ଣ୍ଣାନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହ ୧୫୦ରୁ ଉର୍ଦ୍ଧ ଛାତ୍ରୀ ଯୋଗଦେଇଥିଲେ। ମୋନୋବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ଯାମିନି ମିର୍ଦ୍ଧା, ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା ଦାସ,ଇଂରାଜୀ ବିଭାଗର ଅଧ୍ୟାପିକା ଡ଼.ମୋନାଲିସା ମିଶ୍ର,ପ୍ରାଣୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ନମ୍ରତା ମିଶ୍ର,ରସାୟନ ବିଭାଗର ଅଧ୍ୟାପିକା ଶ୍ରୀମତୀ ଅମ୍ରିତା ପ୍ରିତମ ନାୟକ, ଶ୍ରୀମତୀ ମଞ୍ଜୁଲତା ଦାସ,ଶ୍ରୀମତୀ ସୁଜାତା ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡା ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରାଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଆସନ୍ତା ତା -୧୫/୦୪/୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବା ସହ ଶେଷ ଦିନରେ ମାନପତ୍ର ସହ ପୁରସ୍କାର ବିତରଣ କରାଯିବ।ତାଲିମ ଦେଉଥିବା ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସ ଓ ଶ୍ରୀମତୀ ଅର୍ଚ୍ଚନା ପ୍ରଧାନ ପ୍ରମୁଖ ଛାତ୍ରୀଙ୍କୁ ଏହି ଶିବିରରେ ନିଜର ଆତ୍ମସୁରକ୍ଷା କୌଶଳ ବିଦ୍ୟା ପ୍ରଦାନ କରିଥିଲେ।ପରିଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପିକା ସୁଶ୍ରୀ ମିନାକ୍ଷୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!