ପୋଲିସ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଏହା ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ନିତି ଶେଖର ମୁଖ୍ୟଅତିଥି ଭବେ ଯୋଗଦେଇ ଥିଲେ । ପୋଲିସ ବାହିନୀ ଦ୍ୱାରା ଅନୁଷ୍ଟିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଆରକ୍ଷୀ ଅଧିକ୍ଷକ ଡ ଏସ ବିବେକ ଏମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ପୋଲିସ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା ।