ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା

ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରାଜ୍ୟରେ ଟାଇଁଟାଇଁ ଖରା ହେଉଥିବା ବେଳେ ଆସନ୍ତାକାଲି ଠାରୁ ପାଣିପାଗ ବଦଳିବ। ପାଣିପାଗ ବିଭାଗ ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି। ଆସନ୍ତା ୨ ଦିନ ଯାଏ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ିକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ୩୦ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର ବୌଦ୍ଧ ଓ ଅନୁଗୁଳ ଏହି ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ବିଭାଗ। ଏହି ଜିଲ୍ଲା ଗୁଡ଼ିକରେ ଘଣ୍ଟାପିଛା ପବନର ବେଗ ୩୦ରୁ ୪୦ କିମି ବହିବାର ସମ୍ଭାବନା ରହିଛି।

Smart Computer Ad
You might also like
error: Content is protected !!