ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରାଜ୍ୟରେ ଟାଇଁଟାଇଁ ଖରା ହେଉଥିବା ବେଳେ ଆସନ୍ତାକାଲି ଠାରୁ ପାଣିପାଗ ବଦଳିବ। ପାଣିପାଗ ବିଭାଗ ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି। ଆସନ୍ତା ୨ ଦିନ ଯାଏ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ିକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ୩୦ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର ବୌଦ୍ଧ ଓ ଅନୁଗୁଳ ଏହି ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ବିଭାଗ। ଏହି ଜିଲ୍ଲା ଗୁଡ଼ିକରେ ଘଣ୍ଟାପିଛା ପବନର ବେଗ ୩୦ରୁ ୪୦ କିମି ବହିବାର ସମ୍ଭାବନା ରହିଛି।