ଗଞ୍ଜାମ ଜିଲ୍ଲା ରେ ଓଡ଼ିଆ ପକ୍ଷ ,୨୦୨୫ ପାଳନର ଦ୍ଵିତୀୟ ଦିନରେ ଜିଲ୍ଳାର ୨୬୧୩ ସ୍କୁଲରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ରେ ଓଡ଼ିଆ ପକ୍ଷ ,୨୦୨୫ ପାଳନର ଦ୍ଵିତୀୟ ଦିନରେ ଜିଲ୍ଳାର ୨୬୧୩ ସ୍କୁଲରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ
  • ପିଲାଙ୍କୁ ଖଡ଼ି ଛୁଆଁଇଲେ ଗଞ୍ଜାମ ଜିଲ୍ଲାପାଳ |
  • ଆସନ୍ତା କାଲି ସମସ୍ତଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ ।

ଛତ୍ରପୁର : ଓଡ଼ିଆ ପକ୍ଷ,୨୦୨୫ ପାଳନର ପ୍ରଥମ ଦିନରେ ଓଡ଼ିଶା ଦିବସ ସମାରୋହ ଆୟୋଜିତ ହେବା ପରେ ଦ୍ଵିତୀୟ ଦିନରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ଯ ସରକାରଙ୍କ ଏହି କାର୍ଯ୍ୟକ୍ରମ ଅନୁଯାଇ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ନୂତନ ଶିକ୍ଷାନୀତି ଆଜିଠାରୁ ଆରମ୍ଭ କରାଯାଇଛି । ଶିଶୁ ଵାଟିକାରେ ଛୋଟ ପିଲା ମାନଙ୍କୁ ସରକାରୀ ବିଦ୍ୟାଳୟ ନାମ ଲେଖେଇବା ନିମନ୍ତେ ପୂର୍ବରୁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖେଇବାକୁ ଆଜି ସ୍କୁଲ ଆସିଛନ୍ତି କୁନି କୁନି ଶିଶୁ ବୟସର ପିଲା ମାନେ । ଆଜି ଠାରୁ ରାଜ୍ୟରେ ଶୁଭାରମ୍ଭ ହୋଇଛି ଶିଶୁ ବାଟିକା । ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଶିକ୍ଷା ବ୍ୟବସ୍ଥା ସହିତ ଯୋଡ଼ିହେବା ଏହି କାର୍ଯ୍ୟକ୍ରମ ସେମାନଙ୍କୁ ନାମଲେଖା ଓ ବିଦ୍ୟାଳୟରେ ପ୍ରବେଶର ପ୍ରଥମ ଦିନଟି ସେମାନଙ୍କୁ ଚୀରକାଳ ସ୍ମରଣୀୟ ହୋଇ ରହିବ। ପିଲାମାନଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ସକାଶେ ଗଞ୍ଜାମ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ହୋଇ ଏହି କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ ଆଗେଇ ନେଇଛନ୍ତି । ଶିଶୁ ବାଟିକାର ଭିତ୍ତି ଉପରେ ନୂଆପିଢିର ଭବିଷ୍ୟତ ଗଠନ କରି ପିଲାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟ ଗ୍ରହଣ କରି ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ବକ୍ତବ୍ୟରେ ଜଣାଇଛନ୍ତି । ଗଞ୍ଜାମ ଜିଲା ରେ ୨୬୧୩ ସ୍କୁଲ ରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଗଞ୍ଜାମ ଜିଲ୍ଲା ରେ ଓଡ଼ିଆ ପକ୍ଷ ,୨୦୨୫ ପାଳନର ଦ୍ଵିତୀୟ ଦିନରେ ଜିଲ୍ଳାର ୨୬୧୩ ସ୍କୁଲରେ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଳାର ୧୬୭୧ ପ୍ରାଥମିକ ବିଦ୍ୟାଳୟ ଓ ୯୪୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ହୋଇଛି । ନିଜେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ଛତ୍ରପୁର ପୁତିଗୋପାଳପୁର ସ୍ଥିତ ସ୍କୁଲ ବୁଲି ତଦାରଖ କରିବା ସହ ଶିଶୁ ବାଟିକା ରେ ନାମ ଲେଖାଇଥିବା ପିଲାମାନଙ୍କୁ ଖଡ଼ି ଛୁଆଁଇଵା ସହ ପିଲାମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ । ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇଛନ୍ତି । ଆସନ୍ତା ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପରେ “ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ ସଭିଏଁ ସ୍କୁଲ ଯିବା” ସମ୍ପର୍କିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼.ରାଜେଶ ପ୍ରଧାନ, ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ପ୍ରଭାତି କୁମାରୀ ମହାପାତ୍ର, ସମଗ୍ର ଶିକ୍ଷା ଅଭିଯାନ ଡ଼.ସରୋଜ ପାଳ ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ସ୍କୁଲ ପ୍ରଧାନ ଶିକ୍ଷକ ଓ ସିଆରସିସି ମାନେ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି ଓଡ଼ିଆ ପକ୍ଷ,୨୦୨୫ ରାଜ୍ଯ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପକ୍ଷ ପାଳନ ହେବ। ଏପ୍ରିଲ ପହିଲାରେ ଓଡ଼ିଶା ଦିବସ, ଦ୍ଵିତୀୟ ଦିନରେ ଖଡ଼ି ଛୁଆଁ ଦିବସ। ଏପ୍ରିଲ ୦୩ ତାରିଖରେ ପାରମ୍ପରିକ ପୋଷାକ ପରିଧାନ ଦିବସ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଗଣ ନିଜ ପାଖରେ ଥିବା ପାରମ୍ପାରିକ ପୋଷାକ ପରିଧାନ କରିବେ। ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ଆମେ ପରିଧାନ କରିବା ଓଡ଼ିଆ ପାରମ୍ପାରିକ ଓଡ଼ିଆ ପୋଷାକ କିମ୍ଵା ହାତ ତିଆରି ବସ୍ତ୍ର ତନ୍ତ୍ର ପୋଷାକ। ଏଥି ସକାଶେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତ ଜନସାଧାରଣଙ୍କୁ ମଧ୍ୟ ଆସନ୍ତା କାଲି ତା ୦୩.୦୪.୨୦୨୫ ରେ ଓଡିଆ ପାରମ୍ପରିକ ପୋଷାକ ପରିଧାନ କରି ସେଲ୍ଫି ଉଠାଇ ପୋଷ୍ଟ କରିବା ନିମନ୍ତେ ଅନୁରୋଧ କରୁଛନ୍ତି।

Smart Computer Ad
You might also like
error: Content is protected !!