ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ର ପାଳନ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ସ୍ଥିତ ଶ୍ରୀ ରାମ ଆଦର୍ଶ ଶିକ୍ଷା ରେ ଛାତ୍ରଛାତ୍ରୀ ତଥା ସ୍ୱୟଂ ସେବକ ମାନଙ୍କର ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ନଗର ତଥା ଆଖ ପାଖର ଶତାଧିକ ଯୁବକ ଏକାଠି ହୋଇ ଭାରତ ମାତାକି ଜୟ, ନବ ବର୍ଷର ଅଭିନନ୍ଦନ ଇତ୍ୟାଦି ସ୍ଲୋଗାନ ଦେଉଥିଲେ । ଏହି ଅବସରରେ ପୁରୁଷୋତ୍ତମପୁର ଖଣ୍ଡ କାର୍ଯ୍ୟ ବାହ ତଥା ପାଟ ପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ବେହେରା ମୁଖ୍ୟ ବକ୍ତା ଓ ସ୍ଥାନୀୟ ୟୁନିୟନ ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ମହତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ । ଅନୁଷ୍ଠାନ ର ଉଦ୍ୟୋକ୍ତା ତଥା ଖଣ୍ଡ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ସଭା ପରିଚାଳନା ସାଙ୍ଗକୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ତଥା ନଗରରେ ଛେନା ପଣା ସାଙ୍ଗକୁ ସମସ୍ତଙ୍କୁ ଅଭିନନ୍ଦନ ପତ୍ର ବଣ୍ଟନ କରାଯାଇଥିଲା ।

You might also like
error: Content is protected !!