ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସୁନାକେରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ତପସ୍ୱିନୀ ସାହୁ, ମୁଖ୍ୟ ବକ୍ତା ଭାବେ ଗୌରୀ ଶଙ୍କର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସିଆରସିସି ବିଶ୍ୱଜିତ ପରିଡା,ନିରଞ୍ଜନ ଖାଡ଼ଙ୍ଗା, ଏମଏମସି ଅଧ୍ୟକ୍ଷ ସତ୍ୟବାନ ଜେନା, ପିତାମ୍ବର ଗୌଡ଼, ଧନ୍ଵନ୍ତରି ଦେବି, ଅମ୍ରିତା ମଙ୍ଗରାଜ, ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।ସହକାରୀ ଶିକ୍ଷକ ରୁଦ୍ର ପ୍ରସାଦ ବିଶ୍ୱାଳ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!