ପୁରୁଷୋତ୍ତମପୁର ବ୍ଲକରେ ଆରମ୍ଭ ହେଲା ଅନ୍ତୋର୍ଦୟ ଗୃହ ଯୋଜନା

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଲକରେ ଅନ୍ତୋର୍ଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା । ଏହି କାର୍ଯ୍ୟକ୍ରମ ବିଡ଼ିଓ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା । ଏଥିରେରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଓ ସମ୍ମାନିତ ଅତିଥି ଭାବେ ଆସ୍କା ଏମପି ନମିନି ଅନିଲ କୁମାର ପଣ୍ଡା ଓ ଖଲିକୋଟ ବିଧାୟକ ପ୍ରତିନିଧି କୋରନାଥ ସ୍ୱାଇଁ ଓ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଓ ବିପିସି ଶ୍ରୀକାନ୍ତ କୁମାର ଦଳ ବେହେରା ମଞ୍ଚାସିନ ଥିଲେ ।

ଏହାଙ୍କ ସହିତ ଅତିରିକ୍ତ ବିଡ଼ିଓ ନିରାକାର ଜେନା, 26 ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ସଭ୍ୟ, ବ୍ଲକ ଜିପିଓ ମୀନ କେତନ ବେହେରା, ସିପି ବରୁଣ ପାତ୍ରଙ୍କ ସହ ସବୁ ଏମବିକେ, ସିଆରସିମାନେ, ଯେଇ ସମୂହ, ସମସ୍ତ ପଞ୍ଚାୟତ ପିଈଓ ମାନେ ଏଡିଓ, ବିପିଏମ, ବିଏସ ଏସସ ଓ, କାହ୍ନୁ ଚରଣ ସୋରେନ, ସମସ୍ତ ବ୍ଲକ ଷ୍ଟାଫ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦାସକାଠିଆ ମାଧ୍ୟମରେ ଅନ୍ତୋଦୋୟ ଗୃହ ଯୋଜନା ଉପରେ ସଚେତନତା କରାଯାଇ ଥିଲା । ବ୍ଲକର ମୋଟ 239 ହିତାଧାରୀଙ୍କ ମଧ୍ୟରୁ ଆଜି 52 ଜଣ ଙ୍କୁକାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା ।