ପି ଏମ୍ ଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।
ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ରାମଗିରି ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଠାରେ ଥିବା ଲୁକାୟତ ପ୍ରତିଭାକୁ ଲୋକଲୋଚନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ ନେଇ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଆଣିଛନ୍ତି ପି ଏମ ଶ୍ରୀ ଯୋଜନା। ତେବେ ସେହି ଯୋଜନା ଦ୍ୱାରା ରାମଗିରି ସରକାରୀ ଏସ ଏସ ଡି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପି ଏମ ଶ୍ରୀ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସ୍ଥାନୀୟ ବିଡିଓ , ମଙ୍ଗଳ ସଂପ୍ରସାରଣ ଅଧିକାରୀ ପବିତ୍ର କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଥାନା ଅଧିକାରୀ ଏସ ଶଙ୍କର, ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ଗୋପାଳ କୃଷ୍ଣ ଦଳେଇ, ରଘୁନାଥ ବଡମୁଣ୍ଡି ଏବଂ ନିମନ୍ତୀତ ଅନେକ ଶିକ୍ଷକ ସହ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିବା ସହ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ । ପରେ ଅତିଥୀ ମାନଙ୍କ ଦ୍ୱାରା ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିୟର ବିଭାଗର ୧୩୯ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ମାନେ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।