ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଂଶ ଗ୍ରହଣ କଲେ କେ.ଏମ୍. ଭାଲିଆସାହି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରୀ
ଆର.ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ୍ ଭାଲିଆ ସାହିର ଛାତ୍ରୀ ମାନେ ପୁଣି ଥରେ ଜୁନିଅର ରେଡକ୍ରସ୍ରର ଅନ୍ତ୍ଃରାଷ୍ଟ୍ରୀୟ ସ୍ତରରେ ଅଂଶ ଗ୍ରହଣ କରି ବିଦ୍ୟାଳୟର ଗୌରବକୁ ବଢ଼ାଇ ଅଛନ୍ତି। ସୂଚନା ଯୋଗ୍ୟ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁଙ୍କର ଅନୁମୋଦନ କ୍ରମେ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ୍ ଭଳିଆ ସାହିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ବଳିଷ୍ଠ ନେତୃତ୍ତ୍ୱ କ୍ରମେ ଉକ୍ତ ବିଦ୍ୟାଳୟରୁ ସଂଯୁକ୍ତା ରଇତ, ପୁଣ୍ୟବତି ରଇତ, ଲକ୍ଷ୍ମୀନାରାୟଣୀ ପାଇକ ଏବଂ ସୁଭାସ୍ମିତ କାର୍ଜୀ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବାର ସୁଯୋଗ ଲାଭ କରି ଥିଲେ। ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲି ଟେକନିକ ଠାରେ ଅନୁଷ୍ଠିତ ହେଉଥିବା ପଞ୍ଚ ଦିବସୀୟ ଶିବିରରେ ଓଡ଼ିଶା ରାଜ୍ୟ ତରଫରୁ ପ୍ରାଥମିକ ଚିକିତ୍ସା ବିଭାଗରେ ଯୋଗଦେଇ ନିଜର ନିପୁଣତା ପ୍ରଦର୍ଶନ କରିଛନ୍ତି । JRCO ସଞ୍ଜୀବ କୁମାର ଦାସ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କର ପୂର୍ଣ୍ଣ ସହଯୋଗ ତାଙ୍କୁ ସଫଳତା ଆଣି ଦେଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷିତ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।