ମାଁ ରାମଚଣ୍ଡୀ ପୀଠରେ ଶୁଭାରମ୍ଭ ହେଲା ଵାସନ୍ତିକ ଦୁର୍ଗୋତ୍ସଵ

ଵାସନ୍ତିକ ଦୁର୍ଗୋତ୍ସଵ ପାଇଁ ମାଁ ରାମଚଣ୍ଡୀ ଙ୍କ ପୀଠରେ ପ୍ରବଳ ଜନସମାଗମ
ଛତ୍ରପୁର, କରପଡା (ବିଚିତ୍ର ସାହୁ) :- ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ଚୈତ୍ରନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି । ଏହି ନବରାତ୍ରୀ ପୂଜାକୁ ଵାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ଙ୍କ ପୀଠରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଏହି ପୂଜା ପାଳନ କରାଯାଏ । ନବରାତ୍ରୀ ପୂଜାର ପ୍ରାରମ୍ଭ ଦିଵସ ଅଵସରରେ ରାଜରାଜେଶ୍ବରୀ ମା’ ରାମଚଣ୍ଡୀ ଙ୍କ ସ୍ଵତନ୍ତ୍ର ଵେଶରେ ଦର୍ଶନ ମିଳିଥିଲା । ପ୍ରତ୍ୟେକ ଦିନ ଭକ୍ତମାନେ ଦୂର ଦୁରାନ୍ତରୁ ଆସି ନିଜ ମନସ୍କାମନା ପୂରଣ ପୂର୍ବକ ଏଠି ଶ୍ରୀଚଣ୍ଡୀପାଠ, ହବନ, ପୁଷ୍ପାର୍ଚ୍ଚନ, ଆରତୀ ଓ ପ୍ରସାଦ ସେବନ କରିଥାନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁ ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ମୁଖ୍ୟ ଶ୍ରୀ ସୁଧାକର ପଣ୍ଡା ଙ୍କ ଦ୍ୱାରା ସପ୍ତମୀ ଠାରୁ ନଵମୀ ତିଥି ଯାଏଁ ମାଁ ଙ୍କ ପୂଜାର୍ଚନା ଅନୁଷ୍ଠିତ ହୋଇଥାଏ ।

ଏହି ପୂଜା ପୀଠ ପୁରୋହିତ ରତ୍ନପଣ୍ଡିତ ଶ୍ରୀ ନବକୃଷ୍ଣ ଆଚାର୍ଯ୍ୟ ଓ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥାଏ । ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ରାମକୃଷ୍ଣ ଶତପଥୀ,ପଣ୍ଡିତ ରାକେଶ କୁମାର ମିଶ୍ର, ପଣ୍ଡିତ ଆଦିତ୍ୟ ନନ୍ଦ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା,ଜୋତିର୍ବିଦ ଦୀପକ ଦାସ, ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡା, ଯୋଗେନ୍ଦ୍ର ପଣ୍ଡା ଓ ରାମବାବୁ ପ୍ରମୁଖ ସହଯୋଗ କରିଥାନ୍ତି ।