ଓକିଲ ସଂଘ ନିର୍ବାଚନ ଶେଷ

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ଶାନ୍ତି ଶୃଂଖଳା ମଧ୍ୟରେ ନିର୍ବାଚନ ଶେଷ ହୋଇଥିବା କୁହାଯାଇଛି ।ସଭାପତି ମନୋଜ କୁମାର୍ ପଟ୍ଟନାୟକ, ଉପସଭାପତି ଟି.କେ ରେଡ୍ଡୀ, ସମ୍ପାଦକ ଟି. ଭେଙ୍କଟ ରାଓ, ଯୁଗ୍ମ ସଂପାଦକ ଅସିତ୍ ସାବତ ବିଜୟ ହୋଇଛନ୍ତି ।ନିର୍ବାଚନ ଫଳାଫଳ ଘୋଷଣା ପରେ ଗହଳ ଚହଳ ଦେଖାଦେଇଥିଲା ।