ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାକ୍ତର ବାଂଜରୀ ଗ୍ରାମର ଆଦିବାସୀ ।

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡାକ୍ତରବାଂଜରୀ ଗ୍ରାମର ଆଦିବାସୀ ସଂଗଠିତ ହୋଇ ସେମାନେ ଚାଷ କରୁଥିବା ଜମିର ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଜଣାଇଛନ୍ତି।ସେମାନଂକ ଦାବୀହେଲା ୩ ପୁରୁଷ ଧରି ମାଟୁରୁ କ୍ରିଷ୍ଣାମୁର୍ତ୍ତିଂକ ଜମିକୁ ଚାଷ କରୁଥିଲେ।ତାର ପ୍ରାପ୍ୟ ମଧ୍ୟ ନିୟମିତ ପଇଠ କରୁଥିଲେ । ତାଙ୍କର ମ୍ରୁତ୍ୟୁପରେ ମାଟୁରୁ ମାଧବ ଏହି ଜମିକୁ ନିଜ ନାମରେ ରଖି ବର୍ତ୍ତମାନ ବ୍ରହ୍ମପୁରର ଜମି ମାଫିଆ ଗୋଷ୍ଠୀଙ୍କୁ ରେଭିନ୍ୟୁ ଇନସ୍ପେକ୍ଟରଙ୍କ ସହ ସଲାସୁତୁରା କରି ସେମାନଙ୍କ ଅଧିକାରରୁ ବଞ୍ଚିତ କରିବାପାଇଁ ଚେଷ୍ଟା କରୁଛନ୍ତି । ତେଣୁ ସେମାନେ ଏହି ୫୨ ଏକର ପରିମିତ ଜମିର ଅଧିକାରକୁ ବଞ୍ଚିତ ନକରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।ଏହାର ନକଲ ଗଜପତି ଅଧୀକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଦର୍ଶ ଥାନାର ଅଧିକାରୀଙ୍କୁ ଜଣାଇଛନ୍ତି।

You might also like
error: Content is protected !!