ପିଲାକୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀ ନାମ ଲେଖା: ୨୦୨୫-୨୬ ଶିକ୍ଷାବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି
ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ୬ ବର୍ଷ ହେଲେ ସ୍କୁଲ ଯିବେ ପିଲା । ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜଣେ ପିଲାକୁ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଜରୁରୀ । ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନେଇ ଏହି ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ନେଇ ପିଲାଙ୍କ ନାମଲେଖା ବୟସସୀମାକୁ ୬ ବର୍ଷରୁ ଅଧିକ ରଖାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିଲେ ସେ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ୨୦୨୫ -୨୬ ଶିକ୍ଷାବର୍ଷଠାରୁ ପ୍ରଚଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।