ଭାରତୀୟ ବିଶ୍ୱାବସୁ ଶବର ସମାଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି

ନୟାଗଡ, (ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ କ୍ଷେତ୍ରକୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋକୁ ଆସନ୍ତା ମାର୍ଚ୍ଚ ମାସ ୨୪ ତାରିଖରେ ଆସୁଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।
     ମହା ମହିମ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମ ରୁ ଜଣା ଯାଇଛିଯେ ଚଳିତ ମାସ ୨୪ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ଆକାଶ ମାର୍ଗରେ ଆସି କଣ୍ଟିଲୋର  ଐତିହାସିକ ପଲଟନ ପଡିଆରେ ହେଲିକପ୍ଟରରୁ ଅବତରଣ କରିବେ ଓ  ସେଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାକୁ ଯିବାର କାର୍ଯ୍ୟ କ୍ରମ ରହିଛି ଓ ସେଠାରେ କିଛି ସମୟ ବିଶ୍ରାମ କରିଵା ପରେ  ପାଖରେ ଥିବା ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରକୁ ଦର୍ଶନ ଉଦ୍ଦେଶ୍ୟ ରେ ଯିବେ ଓ ପଶ୍ଚିମ ପାର୍ଶ୍ଵ ଦ୍ୱାର ପାବଛ ଠାରେ ଥିବା ନବ ନିର୍ମିତ ଲିଫ୍ଟ ମଧ୍ୟ ଦେଇ ମନ୍ଦିର ଉପରକୁ ଯିବେ ବୋଲି ଜଣାଯାଇଛି । ଶ୍ରୀ ଜଗନ୍ନାଥ ସଂସୃତିର ଆଦିପୀଠ ତଥା ଶବର ଦେବତା  ପ୍ରଭୁ ଶ୍ରୀ ନୀଳମାଧବ ଙ୍କୁ ପୂଜାର୍ଚନା କରିବା ସହିତ ମନ୍ଦିର ପରିକ୍ରମା କରିବେ ଓ ଏହାପରେ ମହାମାନ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର ଯୋଗେ କଣ୍ଟିଲୋ ଠାରୁ ୫ କିମି ଦୁର ପୁରାତନ ସ୍ମୃତି ବହନ କରୁଥିବା. ଶବର ରାଜ ବିଶ୍ୱାବସୁ ଗଡ଼ର ଜନ୍ମ ସ୍ଥାନ ଶବରସାହି  ତଥା କାଳିଆପଲି ଅଭିମୁଖେ ଯାତ୍ରା କରିବେ । ସେଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ ମହାମାନ୍ୟ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଵା ସଙ୍ଗେ ସଙ୍ଗେ ବହୁ ପଦସ୍ଥ ମନ୍ତ୍ରୀ ଓ ବିଧାୟକ ଯୋଗ ଦେବେ  ବୋଲି ଶବର ସମାଜ ର ସଭାପତି ହୃଷିକେଶ ଦେହୁରୀ ଙ୍କ ଠାରୁ  ଜଣାପଡିଛି ।

You might also like
error: Content is protected !!