ଶତାଧିକ ଗୋପାଳ ମାନଙ୍କ ଶୋଭାଯାତ୍ରା

 ନୟାଗଡ,(ପ୍ରଭାକର ଶିରୋମଣି):-        କଣ୍ଟିଲୋ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ନିକଟସ୍ଥ ପଥର ଚକଡା ଗୋପାଳ ସମାଜ ପକ୍ଷରୁ ଦଧି ଭାର ଶୋଭାଯାତ୍ରା କଣ୍ଟିଲୋ  ଗ୍ରାମରେ ଶୁକ୍ରବାର ପରିକ୍ରମା  କରିଥିଲା l            ପୌରାଣିକ ପରମ୍ପରା ଅନୁଯାୟୀ ଗୋପାଳୁଣୀ ମାନେ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଗୋପ ଓ ମଥୁରା ରେ କରିଥିବା ଲୀଳା ଖେଳା ର ସ୍ମୃତି ବଜାୟ ରଖି ପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ସମସ୍ତ ଗୋପାଳ ଓ ଗୋପାଳୁଣୀ ମାନେ ଗୋ ମାତା ମାନଙ୍କୁ ପୂଜା କରିଵା ସହିତ ଶ୍ରୀ କୃଷ୍ଣ ଓ ଶ୍ରୀ ରାଧା ଙ୍କର  ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ l ପଥର ଚକଡା ଓ କଣ୍ଟିଲୋ ଗ୍ରାମ ପରିକ୍ରମା କରିଥିଲା ବେଳେ ଶତାଧିକ ଗୋପାଳ ଯୁବକ ମାନେ ଢୋଲ ବାଦ୍ୟର ତାଳେ ତାଳେ ବାଡ଼ି ଖେଳି ” ଗୋପାଳ ଓଗାଳ “. ଗୀତ ଗାଇ ଗାଇ ଯାଉଥିବା ଦୃଶ୍ୟ ବେଶ ଚମତ୍କାର ଥିଲା l 

Smart Computer Ad
You might also like
error: Content is protected !!