ଦୋଳ ମଣ୍ଡପରେ ବିଜେ ମଦନ ମୋହନ
ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ବିଜେ ପ୍ରତିମା. ପ୍ରଭୁ ଶ୍ରୀ ମଦନ ମୋହନ ମା ‘ ଲକ୍ଷ୍ମୀ ସରସ୍ବତୀ ଙ୍କ ଗହଣରେ ସିଂହ ଦ୍ୱାର ସ୍ଥିତ ଦୋଳ ମଣ୍ଡପରେ ପାରମ୍ପରିକ ରୀତିରେ ଶୁକ୍ରବାର ବିଜେ ହୋଇଥିଲେ l ପ୍ରତି ବର୍ଷ ପରି. ଦୋଳ ମଣ୍ଡପ ସମ୍ମୁଖରେ ଅନନ୍ତ ମୁଖୀ କରାଯାଇ ଘୃତ ଯଜ୍ଞ ପୁରୋହିତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେବା ସଙ୍ଗେସଙ୍ଗେ ଶ୍ରୀମଦ ଭାଗବତ ନୀଳମାଧଵ ପୂଜକ ସଙ୍ଘ ପକ୍ଷରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ପଠନ କରାଯାଇଥିଲା l ପାରମ୍ପରିକ ରୀତିରେ ଏହି ଯଜ୍ଞ ସ୍ଥଳକୁ ଦେବ ଦେବ ମହାଦେବ ପାର୍ବତୀ ବିଜେ ହୋଇଥିଲେ l ପ୍ରଭୁ ଶ୍ରୀ ମଦନ ମୋହନ ଦୋଳିରେ ବସିଥିଲା ବେଳେ ଶ୍ରୀ ଜୀଉଙ୍କ ରାଜ ଜ୍ୟୋତିଷ ପଣ୍ଡିତ ସନ୍ତୋଷ କୁମାର ଶିରୋମଣି ନୂତନ ପଞ୍ଜିକା ପଢି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଶୁଣାଇ ରାଜ୍ୟ, ଦେଶ ଓ ବିଶ୍ୱର ଶୁଭା ଶୁଭ ବର୍ଣ୍ଣନା କରିଥିଲେ l ଶେଷରେଶ୍ରୀ ବିଗ୍ରହ ମାନଙ୍କୁ ଅବିର ଅର୍ପଣ କରାଯାଇ ଦୋଳିରେ ସେବାୟତ ମାନେ ଝୁଲାଇଥିଲେ l
