କୃଷକ ଉତ୍ପାଦକ ସଂଘର ସମୃଦ୍ଧି ନିମେନ୍ତ ବୈଠକ ହୋଇଥିଲା ।

କୃଷକ ଉତ୍ପାଦକ ସଂଘର ସମୃଦ୍ଧି ନିମେନ୍ତ ବୈଠକ ହୋଇଥିଲା ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜ଼ିଲ୍ଲାରେ ଅବସ୍ଥିତ ବିଭିନ କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି କରି କୃଷକ ମାନଙ୍କ ଜ଼ିବିକାର ମାନ ବୃଦ୍ଧି ଉଦ୍ଦେଶ୍ୟରେ ୧୬ ଗୋଟି ଫାର୍ମସ୍ ପ୍ରଡୁସର ଅର୍ଗାନାଇଯେସନ ର ୩୦ ଜଣ ସିଇଓ , ବୋର୍ଡ଼ ସଭ୍ୟ ଙ୍କୁ ନେଇ ରା.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼କ୍ଟର ସଂଗ୍ରାମ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ନାବାର୍ଡ ଡିଡ଼ଏମ ଶ୍ରୀଯୁକ୍ତ ପ୍ରତୀକ ପଣ୍ଡା , କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର , କୃଷି ବିଭାଗ , ଉଦ୍ୟାନ କୃଷି , ପଶୁପାଳନ , ଜଙ୍ଗଲ , ଓଡିଶା ଜୀବିକା ମିଶନ ର ଅଧିକାରୀ ମାନେ ଯୋଗ ଦେଇ କୃଷକ ଉତ୍ପାଦକ ସଂଘ ର ପରିଚାଳନା , କାର୍ଯ୍ୟଶୈଳି,ବଜ଼ାର ଭିତିକ ସମସ୍ୟା ତଥା , ବଜ଼ାରୀକରଣ ବିଷୟରେ ଆଲୋଚନା କରିଥିଲେ । କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ଼କ୍ଟର ସୁଶ୍ରୀ ଚୌଧୁରୀ କର୍ମଶାଳା ରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କୃଷକ ମାନଙ୍କ ଦକ୍ଷତା ବୃଦ୍ଧି ର ବିଭିନ ଦିଗ ଗୁଡିକୁ ଉପସ୍ଥାପନା କରିଥିଲେ । କୃଷକ ଉତ୍ପାଦକ ସଂଘ ର ସିଇଓ ମାନେ ନିଜର ଅଭିଜ୍ଞତା ଓ ସଫଳତା ର ମୂଳ ମନ୍ତ୍ର ପ୍ରଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରର ପାଣିପାଗ ବୈଜ୍ଞାନିକ ଜୟଶଙ୍କର ପ୍ରଧାନ , କଂପୁଟରପ୍ରୋଗ୍ରାମ ର ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିବାରେ ସାହାଯ୍ୟ କରିଥିଲେ । ପରିଶେଷରେ ଯନ୍ତ୍ରପାତି ବୈଜ୍ଞାନିକ ଜାନୁଆରୀୟସ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ ।

Smart Computer Ad
You might also like
error: Content is protected !!