ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ମହୋତ୍ସବ ପାଳିତ
ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ସତସଙ୍ଗ ବିହାର କେନ୍ଦ୍ର ପରିସରରେ ଆଜି ରବିବାର ଦିନ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୭ ତମ ଆବିର୍ଭାବ ମହୋତ୍ସଵ ରିତ୍ୟିକ ବସନ୍ତ କୁମାର ସାହୁଙ୍କ ତତ୍ୱାବଧାନ ରେ ପାଳିତ ହୋଇଯାଇଛି l ଏହି ଅବସରରେ ଶତାଧିକ ଗୁରୁ ଭାଇ, ଗୁରୁ ମା ‘ ଓ କର୍ମୀମାନେ ଯୋଗଦାନ କରି ଏକ ଶୋଭାଯାତ୍ରାରେ କଣ୍ଟିଲୋ ନଗର ପରି କ୍ରମା କରିଥିଲେ l ବ୍ରାହ୍ମ ମୁହୂର୍ତ୍ତ ରେ ବେଦ ପାଠ ସହିତ ମା ଙ୍ଗଳିକ ନହବତ, ଉଷା କୀର୍ତ୍ତନ, ସମବେତ ପ୍ରାର୍ଥନା, ଧର୍ମ ଗ୍ରନ୍ଥ ପାଠ ସତସଙ୍ଗ ଓ ସଦ ଆଲୋଚନା ଓ ମାତୃ ସମ୍ମିଳନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କଣ୍ଟିଲୋ କେନ୍ଦ୍ର ସଭାପତି ବିଶ୍ୱରଞ୍ଜନ ମିଶ୍ର ସଂଯୋଜନାରେ କରିଥିଲା ବେଳେ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିଥିଲେ l