ଜନାପଦା ଘାଟିରେ ଦୁର୍ଘଟଣା, ଡ୍ରାଇଭର ସହ ତିନି ବାଇକ ଚାଳକ ଗୁରୁତର ଆହତ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଜନପଦା ଘାଟିରେ ଆଜି ଅପରାହ୍ନ ବେଳେ ସଡକ ଦୁର୍ଘଟଣା ଘଟିଛି । ବାଇକର ସହ ତିନି ଜଣ ବାଇକ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି । ତିନି ଜଣ ରାୟଗଡର ବାସିନ୍ଦା ବୋଲି ଜାଣିବାକୁ ମିଳିଛି । ସୂଚନା ପ୍ରକାରେ ତିନି ଜଣ ବାଇକ ଯୋଗେ ରାୟଗଡ।ରୁ ଛେଳାଗଡ ଗ୍ରାମର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । ଜନପଦା ଘାଟି ଠାରେ ସାମନା ପଟୁ ଏକ କାର ଆସୁଥିବା ଦେଖି ବଡ ମାରିବାକୁ ଚେଷ୍ଟା କରିଥିଲେ । ହେଲେ ଭାରସମ୍ୟ ହରାଇ ତିନି ଜଣ ଗାଡିରୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବି ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ ସେମାନଙ୍କର ଅବସ୍ଥା ସଙ୍କଟ।ପୂର୍ଣ୍ଣ ଥିବାରୁ ସେମାନଙ୍କୁ ୧୦୮ ରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିଲେ ।

You might also like
error: Content is protected !!