ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମହୋତ୍ସବ ପାଳିତ 

ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମହୋତ୍ସବ ପାଳିତ 

ନୟାଗଡ, (ପ୍ରଭାକର ଶିରୋମଣି ):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ସତସଙ୍ଗ ବିହାର କେନ୍ଦ୍ର ପରିସରରେ ଆଜି ରବିବାର ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ମହୋତ୍ସଵ ରିତ୍ୟିକ ବସନ୍ତ କୁମାର ସାହୁଙ୍କ ତତ୍ୱାବଧାନ ରେ ପାଳିତ  ହୋଇଯାଇଛି l ଏହି ଅବସରରେ ଶତାଧିକ ଗୁରୁ ଭାଇ, ଗୁରୁ ମା ‘ ଓ କର୍ମୀମାନେ ଯୋଗଦାନ କରି ଏକ ଶୋଭାଯାତ୍ରାରେ  କଣ୍ଟିଲୋ ନଗର ପରିକ୍ରମା କରିଥିଲେ l ବ୍ରାହ୍ମ ମୁହୂର୍ତ୍ତରେ ବେଦ ପାଠ ସହିତ ମାଙ୍ଗଳିକ ନହବତ, ଉଷା କୀର୍ତ୍ତନ, ସମବେତ ପ୍ରାର୍ଥନା, ଧର୍ମଗ୍ରନ୍ଥ ପାଠ ସତସଙ୍ଗ ଓ ସଦ ଆଲୋଚନା ଓ ମାତୃ ସମ୍ମିଳନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କଣ୍ଟିଲୋ କେନ୍ଦ୍ର ସଭାପତି  ବିଶ୍ୱରଞ୍ଜନ ମିଶ୍ର ସଂଯୋଜନାରେ କରିଥିଲା ବେଳେ  ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିଥିଲେ l 

You might also like
error: Content is protected !!