ନିଃଶୁଳ୍କ ବ୍ରତୋପନୟନ ମାର୍ଚ୍ଚ ୧୦ ରେ 

ନୟାଗଡ, (ପ୍ରଭାକର ଶିରୋମଣି ):- ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋ ମୁଖ୍ୟ ବଜାର ଠାରେ ଅବସ୍ଥିତ ପଞ୍ଚମୁଖୀ ହନୁମାନଙ୍କ ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ନିଃଶୁଳ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟିର ମୁଖ୍ୟ ଶ୍ରୀ ଗୋପାଳ ଚନ୍ଦ୍ର ଅଗ୍ରୱାଲଙ୍କ ଠାରୁ ଜଣାଯାଇଛି । ଯେଉଁ ବ୍ରାହ୍ମଣ ପିଲା ମାନେ କୌଣସି କାରଣରୁ ଏ ପର୍ଯ୍ୟନ୍ତ ଯଜ୍ଞପବୀତ ଧାରଣ କରି ନାହାନ୍ତି ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଏଠାରେ ଯୋଗାଇ ଦିଆଯିବ । ତେଣୁ ନାମ ଓ ଠିକଣା ସହ ମୋବାଇଲ ନଂ ୯୩୪୮୯୩୭୫୫୧ ଓ ୯୯୩୮୨୭୬୭୮୭ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

You might also like
error: Content is protected !!