ମହେନ୍ଦ୍ରଗିରିରେ ଜିଲ୍ଲା ଜୁନିଅର ରେଡ଼କ୍ରସ ଓ ଭାରତ ସ୍କାଉଟ ଓ ଗାଇଡ଼ ତରଫରୁ ମହା ଶିବରାତ୍ରି ଉପଲକ୍ଷେ ସେବା ଶିବିର ।

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ତା 25.02.2025 ଏବଂ 26.02.2025 ଦୁଇଦିନ ଧରି ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ କାଯ୍ୟାଳୟ, ଜିଲ୍ଲା ଜୁନିଅର ରେଡକ୍ରସ ଓ ଭାରତ ସ୍କାଉଟ୍ ଓ ଗାଇଡ୍ ଆନୁକୁଲ୍ୟରେ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗିରିଠାରେ ମହାଶିବରାତ୍ରି ଉପଲକ୍ଷେ ସାମାଜିକ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଶିବିରଟି ସାଫଲ୍ୟ ମଣ୍ଡିତ ହୋଇଛି। ଜିଲ୍ଲାର ଜିଲ୍ଲା ଶାରୀରିକ ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ର, ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟ କଇଁପୁରର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା, ପ୍ରୋଗ୍ରାମର ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ପତି, ଧୀରେନ୍ଦ୍ର କୁମାର ସାମଲ, ପ୍ରିୟଦର୍ଶିନୀ ମିଶ୍ର, ଜି ସାଇ କୁମାର,ପ୍ରକାଶ ଚନ୍ଦ୍ର ବର୍ଦ୍ଧନ, ଜିଲ୍ଲା ଜୁନିଅର ରେଡକ୍ରସର ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ଦାସ, ଜିଲ୍ଲା ସମ୍ବଳସାଧନ କର୍ମୀ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍, ରାୟଗଡ଼ ବ୍ଲକ୍ ସଂଯୋଜକ ଶ୍ରୀଯୁକ୍ତ ନୀତେଶ ଲେଙ୍କା, ଜିଲ୍ଲା ଜୁନିଅର ରେଡ କ୍ରୋସ ର ଜିଲ୍ଲା ସମ୍ବଳସାଧନ କର୍ମୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ସେବା ଶିବିରରେ ଦୀର୍ଘ ଦୁଇଦିନ ଧରି ପ୍ରାୟତଃ 20 ହଜାରରୁ ଅଧିକ ଭକ୍ତମାନଙ୍କୁ ବିନାମୂଲ୍ୟରେ ପ୍ରସାଦ ବଣ୍ଟନ କରାଯିବ ସହ ପାନୀୟ ଜଳ ଏବଂ ବିଶ୍ରାମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପରିଶେଷରେ ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲା ର ଜିଲ୍ଲାପାଳ ମୋହଦୟ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

You might also like
error: Content is protected !!