ମହେନ୍ଦ୍ରଗିରି ଠାରେ ସୂର୍ଯ୍ୟ ଉଦୟ ଦେଖିବାକୁ ଏକତ୍ରିତ ହେଲେ ଲକ୍ଷାଧିକଭକ୍ତ ସହ ଯୋଗଦେଲେ ପରିବହନ ମନ୍ତ୍ରୀ ।

ମହେନ୍ଦ୍ରଗିରି ଠାରେ ସୂର୍ଯ୍ୟ ଉଦୟ ଦେଖିବାକୁ ଏକତ୍ରିତ ହେଲେ ଲକ୍ଷାଧିକଭକ୍ତ ସହ ଯୋଗଦେଲେ ପରିବହନ ମନ୍ତ୍ରୀ ।

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଅବସ୍ଥିତ ପବିତ୍ର ମହେନ୍ଦ୍ରଗିରି ଠାରେ ମହାଶିବରାତ୍ରି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା- ଆନ୍ଧ୍ର ସୀମାରେ ପ୍ରାକୃତିକ ସବୁଜିମା ଭରା ମହେନ୍ଦ୍ର ପର୍ବତମାଳାରେ ଥିବା ଏହି ପ୍ରସିଦ୍ଧ ଶୈବ ପୀଠ ଏଠାକାର ପରମ୍ପରା ଅନୁଯାୟୀ ଦିନକ ପୂର୍ବରୁ ଉତ୍ସବ ସକାଶେ ଭକ୍ତଙ୍କ ସମାଗମ ହୁଏ । ବୁରଖତ ଛକ ଠାରୁ ଛଅ କିଲୋମିଟର ଘାଟି ରାସ୍ତା ସଂକୀର୍ଣ୍ଣ ଘାଟି ପିଚୁ ରାସ୍ତା ଯୋଗୁଁ ଉତ୍ସବ ସକାଶେ ଶିଖରକୁ ସର୍ବସାଧାରଣ ଯାନ ଗୁଡିକୁ ଯାତାୟାତ ସକାଶେ ବାରଣ କରାଯାଇଛି ଓ ପ୍ରଶାସନର ଗାଡ଼ି ଗୁଡ଼ିକ ହିଁ ଯାତାୟାତ କରିଥାଏ। ବାଧ୍ୟ ହୋଇ ନିଜ ନିଜ ଗାଡ଼ି ଗୁଡ଼ିକ ବୁରୋଖତ ଠାରେ ରଖି ମହେନ୍ଦ୍ରଗିରି ଶିଖରକୁ ଭକ୍ତ ମାନେ ଚାଲି ଚାଲି ଯିବାକୁ ପଡ଼ିଥିଲା । ମହାଶିବରାତ୍ରୀ ଦିନ ଠାକୁର ଦର୍ଶନ ସହ ସୂର୍ଯ୍ୟୋଦୟ ଦେଖିବା ପାଇଁ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରଥମ ଥର ଯୁଧୁଷ୍ଠିର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଏଲ୍‌ଇଡି ଲାଇଟ୍ ଓ ଟିଭି ପ୍ରସାରଣ ବ୍ୟବସ୍ଥା କରା ଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖ୍ ପ୍ରଶାସନ ପକ୍ଷରୁ 2 ଦିନ ପାଇଁ ପାନୀୟ ଜଳ, ଆଲୋକୀକରଣ, ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା । ଏଥିସହ ମଙ୍ଗଳବାର ସନ୍ଧ୍ୟାରେ ଖଣି ଓ ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ବ୍ଳକ୍‌ ଅଧ୍ୟକ୍ଷା ବିଜେଡି ନେତା ଏବଂ ସ୍ୱାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା)ଙ୍କ ସମେତ ସାଧୁସନ୍ଥ ପୀଠରେ ପହଞ୍ଚିଛନ୍ତି । ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚରେ ଥିବା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ଏହି ମନ୍ଦିରରେ ପ୍ରତିବର୍ଷ ଶିବରାତ୍ରୀରେ ହଜାର ହଜାର ଶ୍ରଦ୍ଧାଳୁ ଜମା ହୋଇଥାନ୍ତି। ଏଠାରେ ପଞ୍ଚୁପାଣ୍ଡବଙ୍କ ମାତା କୁନ୍ତୀ, ଯୁଧିଷ୍ଠିର, ଭୀମ, ପର୍ଶୁରାମ ମନ୍ଦିର ସମେତ ଅର୍ଜୁନ ଗୁମ୍ଫା ଓ ଦାରୁବ୍ରହ୍ମ ଓ ହନୁମାନ ମୂର୍ତ୍ତିଙ୍କୁ ଭକ୍ତମାନେ ପୂଜା କରିଥାନ୍ତି । ଏଠାକର ମୁଖ୍ୟ ଆକର୍ଷଣ ମନ୍ଦିର ଭୀମ ମନ୍ଦିର ଠାରେ ପ୍ରବଳ ଗହଳି ହୋଇଥିଲା । ମହାଶିବରାତ୍ରୀ ତିଥିରେ ସକାଳର ସୂର୍ଯ୍ୟ ଉଦୟ ଦେଖି ଓ ଠାକୁର ଦର୍ଶନ ସାରି ନିଜ ସ୍ଥାନକୁ ଫେରିଥାନ୍ତି ଭକ୍ତ । ବୁରୋଖତ ଛକ ଠାରେ ଥିବା ହନୁମାନ ମନ୍ଦିର ଠାରେ ମାଗଣା ଅନ୍ନଛତ୍ର,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମୀ ମାନଙ୍କ ତରଫରୁ ମଧ୍ୟ ମାଗଣା ଅନ୍ନପ୍ରସାଦ ବଣ୍ଟନ ଓ ଲକ୍ଷ୍ମୀ ବାବାଙ୍କ ଆଶ୍ରମ ଠାରେ ମାଗଣା ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଘାଟି ରାସ୍ତା ରେ ଭକ୍ତ ମାନେ ଯିବା ଆସିବା ବେଳେ ବିଶ୍ରାମ କରିବା ପାଇଁ କେତେକ ସ୍ଥାନରେ ଆଶ୍ରୟ ସ୍ଥଳୀ ଓ ଜେନେରେଟର ଲଗାଇ ଆଲୋକର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ସ୍ବାସ୍ଥ୍ୟ ସେବା, ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ଓ ରାୟଗଡ ବ୍ଲକ ତହସିଲ ପକ୍ଷରୁ ପ୍ରତି ମନ୍ଦିରରେ ପୁଲିହାରମ୍ ପୁଡିଆ ଓ ଲଡୁ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି ।

You might also like
error: Content is protected !!