ଆର.ଉଦୟଗିରି ବ୍ଲକ ଅଞ୍ଚଳରେ ମହା ଶିବରାତ୍ରି ଉତ୍ସବ ମହାଆଡ଼ମ୍ବରରେ ପାଳିତ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ବୁଧବାର ଦିନ ଆର.ଉଦୟଗିରି ବ୍ଲକ ଅଞ୍ଚଳର ବିଭିନ୍ନ ଶୈବପୀଠ ମାନଙ୍କରେ ମହାଆଡ଼ମ୍ବର ସହ ମହାଶିବରାତ୍ରି ପାଳନ ହେଉଛି । ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ମହାଦେବଙ୍କର ପହଡ଼ଭାଙ୍ଗିବା ପରେ ତଡପ ମୈଲମ ମଙ୍ଗଳ ଆଳତି ପରେ ଭକ୍ତ ମାନେ ଶିବ ଦର୍ଶନ କରିଥିଲେ । ଛେଲ।ଗଡ଼, ଗଡ଼ର, ଛେଳିଗଡ଼, ମହେନ୍ଦ୍ରଗଡ଼,ରା,ଉଦୟଗିରି, ଲୁହାଖମ୍ବେଶ୍ୱର ଶୈବପୀଠ ମାନଙ୍କରେ ଭକ୍ତଙ୍କର ଭିଡ଼ ଲାଗିରହିଥିଲା । ଚଳିତ ବର୍ଷ ରାସ୍ତା ଖରାପ ଥିଲେ ମଧ୍ୟ ଲୁହାଖମ୍ବେଶ୍ୱର ଠାରେ ପ୍ରବଳ ଜନ ସମାଗମ ହୋଇଥିଲା । ଆଜି ସନ୍ଧ୍ୟା 6 ଘ ଠାରୁ ହୋମ ଯଜ୍ଞଆଦି କର୍ମ ପରେ ସମସ୍ତ ଶିବ ମନ୍ଦିରରେ ମହାଦୀପ ମନ୍ଦିର ଚୁଡାରେ ଚଢ଼ିବ। ଜାଗର ପାଳନ କରିବା ପାଇଁ ବିଭିନ୍ନ ମନ୍ଦିରରେ ଭକ୍ତ ମାନଙ୍କର ଭିଡ଼ ଲାଗିରହିଛି । ଚେଲାଗଡ଼ ଠାରେ ଗ୍ରାମବାସୀଙ୍କ ଦ୍ୱାରା ରାମାୟଣ , ଆର.ଉଦୟଗିରି ଗ୍ରାମବାସୀଙ୍କ ଦ୍ୱାରା ମହାଭାରତ ନାଟକ ପରିବେଷଣ ହେବାକୁ ଥିବା ବେଳେ ଆର.ଉଦୟଗିରି ମହାଭାରତ ନାଟକୁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ସାନଖେମଣ୍ଡି ବିଧାୟକ ରମେଶ ଜେନା ଯୋଗଦେଇ ଉଦଘାଟନ କରିଥିଲେ । ମହେନ୍ଦ୍ରଗଡ଼ ଠାରେ ଜରଡ ମହାଭାରତ ମଞ୍ଚସ୍ଥ ହେବ ବୋଲି ମହେନ୍ଦ୍ରଗଡ଼ ଗ୍ରାମ କମିଟି ସଭାପତି ଶ୍ରୀ ଲୁଲୁ ପଣ୍ଡା ପ୍ରକାଶ କରିଥିଲେ । ଜନ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯଥା ଶୃଙ୍ଖଳା, ପାନୀୟ ଜଳ ଭଳି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି କମିଟି ପ୍ରକାଶ କରିଥିଲେ । ଏହି ଅଞ୍ଚଳରେ ଲୁହା ଖମ୍ବେଶ୍ୱର ପ୍ରତକ୍ଷ ହୋଇଥିବାରୁ ଏଠାରେ ଜନସମାଗମ ହେଲେ ମଧ୍ୟ ରାସ୍ତା ଘାଟ, ପାନୀୟ ଜଳ ରାତ୍ରିଯାପନ ନିମନ୍ତେ ଆବାସସ୍ଥଳ ଭଳି ଆନୁସଙ୍ଗିକ ଅଭାବ ଥିବା ଯୋଗୁଁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଦିବାକର ନାୟକ କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏହାର ଉନ୍ନତି କରିବା ଅନୁରୋଧ କରିଛନ୍ତି । ଏହା ଏକ ପର୍ଯ୍ୟଟନ ସ୍ଥଳ ରୂପେ ମାନ୍ୟତା ପାଇବାକୁ ଯୋଗ୍ୟ ବୋଲି ପ୍ରକାଶ କରିଥିଲେ ।