ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନ୍ରେ “ଯକ୍ଷ୍ମା (ଟିବି) ବିଲୋପ” ଉପରେ ସଚେତନତା ଅଭିଯାନ

ଖୋର୍ଦ୍ଧାରୋଡ଼,(ସଂଜୀବ କୁମାର):- ଖୋର୍ଦ୍ଧାରୋଡ଼ ମଣ୍ଡଳ ମେଡିକାଲ୍ ବିଭାଗ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ଯକ୍ଷ୍ମା ବିଲୋପ ଉପରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା 100 ଦିନର ଅଭିଯାନର ଏକ ଅଂଶ ଯକ୍ଷ୍ମା ଦୂର କରି ସାରା ଦେଶରେ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପ୍ରତିଶୃତି ର ଏକ ଅଂଶ ଭାବରେ, ଖୋର୍ଦ୍ଧାରୋଡ଼ ମଣ୍ଡଳ ମେଡିକାଲ୍ ବିଭାଗ ଦ୍ୱାରା, ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ “ଯକ୍ଷ୍ମା ବିଲୋପ” ଉପରେ ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଛି। ଏହି ପଦକ୍ଷେପ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା, ଯକ୍ଷ୍ମା ବିଲୋପ ଉପରେ ଚାଲୁଥିବା 100 ଦିନର ତୀବ୍ର ଅଭିଯାନ ର ଏକ ଅଂଶ ।ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍. ବାଜୱା, ଶ୍ରୀ ପି.କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ମୁଖ୍ୟ ଚିକିତ୍ସା ଅଧୀକ୍ଷକ, ଡଃ ଶରଥ ବାବୁ, ଖୋର୍ଦ୍ଧାରୋଡ଼ ରେଲୱେ ହସ୍ପିଟାଲର ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀ, ଶାଖା ଅଧିକାରୀ ଏବଂ ସ୍କାଉଟ୍-ଗାଇଡ୍ ପିଲାମାନେ, ଏହି ଯକ୍ଷ୍ମା ବିଲୋପ ଅଭିଯାନ ରେ ଅଂଶଗ୍ରହଣ କରିଥିଲେ । |7 ଡିସେମ୍ବର 2024 ରେ ଆରମ୍ଭ ହୋଇ, 24 ମାର୍ଚ୍ଚ 2025 ରେ ଶେଷ ହେବାକୁ ଥିବା ଏହି 100 ଦିନର ତୀବ୍ର ଅଭିଯାନ, ଏକ ଯକ୍ଷ୍ମା ମୁକ୍ତ ଦେଶ ଆଡକୁ ଭାରତର ଯାତ୍ରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। 2025 ସୁଦ୍ଧା ଯକ୍ଷ୍ମାକୁ ସମାପ୍ତ କରିବା ପାଇଁ ଭାରତ ଏକ ବ୍ୟାପକ ଆଭିମୁଖ୍ୟ ପାଇଁ ଏକ ମଞ୍ଚ ସ୍ଥିର କରୁଛି। ମାଇକୋବ୍ୟାକ୍ଟେରିୟମ୍ ଯକ୍ଷ୍ମା ଦ୍ୱାରା, ଯକ୍ଷ୍ମା ଭାରତରେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତା ଅଟେ। 2015 ମସିହାରୁ ଯକ୍ଷ୍ମା ରୋଗ ଏବଂ ମୃତ୍ୟୁ ହାର ହ୍ରାସ ପାଇଥିବାବେଳେ ଷ୍ଟିଗ୍ମା, ଡାଇଗୋନୋଷ୍ଟିକ୍ ଫାଙ୍କ ଏବଂ ପୁଷ୍ଟିକର ଖାଦ୍ୟ ଅଭାବ, ଭଳି ଚ୍ୟାଲେଞ୍ଜଗୁଡ଼ିକ ରହିଆସିଛି।ଏହି କାର୍ଯ୍ୟକ୍ରମ ରେ, ଭରତ ସ୍କାଉଟ୍ ଏବଂ ଗାଇଡ୍, ଖୋର୍ଦ୍ଧାରୋଡ଼, ପିଲାମାନେଙ୍କ ଦ୍ଵାରା, ସାଧାରଣ ଜନତା ତଥା ଯାତ୍ରୀମାନଙ୍କୁ ଯକ୍ଷ୍ମା ଲକ୍ଷଣ, ଠିକ୍ ସମୟରେ ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଏବଂ ରୋଗର ସମ୍ପୂର୍ଣ୍ଣ ଉପଶମ ପର୍ଯ୍ୟନ୍ତ ଆବଶ୍ୟକ ଅନୁସରଣ ଉପରେ, ଏକ ନୁକଡ ନାଟାକ୍ ପ୍ରଦର୍ଶନ କରାଯାଇଥିଲା । ପରେ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ରାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ଲାକଡ ପ୍ରଦର୍ଶନ ଏବଂ ଯକ୍ଷ୍ମା ଦୂର କରିବା ଉପରେ ସ୍ଲୋଗାନ ଦିଆଯାଇଥିଲା। ଖୋର୍ଦ୍ଧାରୋଡ଼ ଡିଭିଜନ୍ ଉପରେ ବିଭିନ୍ନ ରେଳ ଷ୍ଟେସନରେ ଜିଙ୍ଗଲସ୍ ମାଧ୍ୟମ ରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି |

You might also like
error: Content is protected !!