..୬୭ ହଜାର ଟଙ୍କା ସହ ଠକ ଫେରାର

    ନୟାଗଡ,(ପ୍ରଭାକର ଶିରୋମଣି):- ଏକ ଠକେଇ ମାମଲାଜଣାପଡିଛି  ଖଣ୍ଡପଡା ଥାନା ଅନ୍ତର୍ଗତ କଣ୍ଟିଲୋ ୟୁ କୋ ବ୍ୟାଙ୍କ ଅଞ୍ଚଳରେ ଗତ ଗୁରୁବାର ସମ୍ପୃକ୍ତ ବ୍ୟାଙ୍କ ରୁ ଟଙ୍କା  ଉଠାଇ ନେଇ ଫେରାର ହୋଇଥିବା ଜଣାପଡିଛି l                  ଅନୁସନ୍ଧାନ ରୁ ପ୍ରକାଶ ଯେ, ନିକଟସ୍ଥ ପଥର ଚକଡା ଗ୍ରାମର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ରାଉତ ଙ୍କ ନିକଟରେ ଦୁଇ ଜଣ ଅଚିହ୍ନା ବ୍ୟକ୍ତି ପହଞ୍ଚି ରାଜ୍ୟ ସରକାରଙ୍କ କୃଷି ବିଭାଗ ପରିଚୟ ଦେଵା ସଙ୍ଗେ ସଙ୍ଗେ  ଏଠାରେ କୃଷି ଯନ୍ତ୍ର ପାତି ଆପଣଙ୍କ ଦ୍ୱାରା ବିକ୍ରି କରାଯିବ ଓ ଆପଣ ଦାୟିତ୍ୱରେ ରହିବେ ବୋଲି ଲୋଭ ଦେଖାଇ ପ୍ରଥମେ ଅଜଣା ବ୍ୟକ୍ତି ମାନେ କହିଥିଲେ ଓ ସଙ୍ଗେ ସଙ୍ଗେ ଏକ ହଜାର ଟଙ୍କା ଦେଇ ଯନ୍ତ୍ର ପାତି ଦିଆଯିବ ବୋଲି କହି କିଛି ଟଙ୍କା ମାଗିଥିଲେ ଓ ପ୍ରସନ୍ନ କୌଣସି ଆଗପଛ ବିଚାର ନକରି ଏକ ହଜାର ଟଙ୍କା  ଲେଖାଥିବା ଏକ ଚେକ ଦେଇଥିଲେ ଓ ଚେକ ପାଇବା ସଙ୍ଗେ ସଙ୍ଗେ ଠକ ମାନେ କଣ୍ଟିଲୋ ୟୁକୋ ବ୍ୟାଙ୍କ ରୁ ୬୭ ହଜାର ଟଙ୍କା ଉଠାଣ କରି ସମ୍ପୃକ୍ତ ବ୍ୟକ୍ତି ଦୌଡ଼ି ପଳାଇ ଯାଇଥିଲା ବୋଲି ସିସି ଟିଭି ଫୁଟେଜରୁ ଜଣା ପଡିଛିବୋଲି ଶାଖା ପରିଚାଳକ ବିଜୟ କୁମାର ପରିଡାଙ୍କ ଠାରୁ ପ୍ରକାଶ l ଏ ସମ୍ବନ୍ଧରେ ପ୍ରସନ୍ନ କୁମାର ରାଉତ କଣ୍ଟିଲୋ ଫାଣ୍ଡିରେ ଏକ ଏତଲା ଦା ଖଲ କରିଛନ୍ତି ଓ ଏହାର ତଦନ୍ତ ଚାଲିଛି ବୋଲି ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଙ୍କ ଠାରୁ ଜଣାଯାଇଛି l

You might also like
error: Content is protected !!