ପୁରୁଷୋତ୍ତମପୁର ଜିଲ୍ଲା ବୋର୍ଡ ସ୍କୁଲ ରେ 125ତମ ବାର୍ଷିକ ଉତ୍ସବ ପାଳିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-ପୁରୁଷୋତ୍ତମପୁର ଜିଲ୍ଲା ବୋର୍ଡ ସ୍କୁଲ ରେ 125ତମ ବାର୍ଷିକ ଉତ୍ସବ ପାଳିତ | ପୁରୁଷୋତ୍ତମପୁର ସହରର ମୁଖ୍ୟ ଉପକଣ୍ଠ ରେ ଥିବା ପୂର୍ବତନ ଜିଲ୍ଲା ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ହର ପ୍ରସାଦ ଦାଶ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ପରିସରରେ ଧୁମ ଧାମ ରେ ପାଳନ କରାଯାଇଛି,ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏନ ଏ ସି ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ତଥା ବରିଷ୍ଟ ଓକିଲ ଶ୍ରୀ ଅଜିତ କୁମାର ପାତ୍ର ଯୋଗ ଦେଇଥିଲେ | ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଶ୍ରୀ ଭଗବାନ ବେହେରା ମଧ୍ୟ ବୈଠକ ରେ ଉପସ୍ଥିତ ଥିଲେ,ସମ୍ନାନୀତ ଅତିଥି ଭାବେ ପୁରୁଷୋତ୍ତମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରାଜେଶ କୁମାର ନାୟକ, ବିଇଓ ଶ୍ରୀ କିଶୋର ଚନ୍ଦ୍ର ବେହେରା,ଏ ବି ଇ ଓ ଶ୍ରୀ ରାଜ କିଶୋର ସାହୁ,ଏହି ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଲଷ୍ମୀ ଚରଣ ପାଣିଗ୍ରାହୀ ଏବଂ ସାମ୍ବାଦିକ ତଥା ୨ ନମ୍ବର କାଉନସିଲର ଶ୍ରୀ ଭାସ୍କର ବେହେରା, ୬ ନମ୍ବର କାଉନସିଲର ସୁଜାତା ବେହେରା, ୫ ନମ୍ବର କାଉନସିଲର ସୁଦେଷ୍ଠା ବେହେରା , ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପୁରୁଷୋତ୍ତମପୁର ନଗର ବିଜେପି ସଭାପତି ସୂର୍ଯ୍ୟ ନାରାୟଣ ମହାରଣା ମଞ୍ଚାସିନ ଥିଲେ | ଏହି ବାର୍ଷିକ ଉତ୍ସବ ର ସଂଯୋଜନା ଦାୟିତ୍ୱ ରେ ଥିଲେ ସି ଆର ସି ଶ୍ରୀ ହେମନ୍ତ କୁମାର ବେହେରା | ପ୍ରଥମେ ସମସ୍ତ ଅତିଥି ଏବଂ ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା ଏହା ପରେ ପ୍ରଦୀପ ପ୍ରଜ୍ବଳନ କରି ବୈଠକ ଆରମ୍ଭ କରିଥିଲେ || ପ୍ରଥମେ ପ୍ରଧାନ ଶିକ୍ଷକ ସମ୍ପାଦକୀୟ ବିବରଣୀ ପଠନ ପରେ ତୃତୀୟ ଶ୍ରେଣୀରେ ଏହିସ୍କୁଲ ର 2ଜଣ ଛାତ୍ରୀ ବ୍ଲକ ସ୍ତରରେବୃତ୍ତି ପରୀକ୍ଷା ରେ ପ୍ରଥମ ହୋଇଥିବା ସୁଶ୍ରୀ ତ୍ରିପାଠୀ ଓ 4ର୍ଥ ସ୍ଥାନରେ ଥିବା ଦେବୀ ପ୍ରିୟା ଦାସ ଙ୍କୁ ଅତି ଥିଙ୍କ ଦ୍ୱାରା ପୁଷ୍ପଗୁଛ ଓ ସିଲ ଦେଇ ସମ୍ୱର୍ଦ୍ଧିତ କରାଯାଇ ଥିଲା | ଏନ ଏ ସି ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ପିଲାମାନଙ୍କୁ ଭଲ ମଣିଷ ହୋଇ ସମାଜ ତଥା ବାପା ମାଆ ଙ୍କ ସେବା କରିବାକୁ ପରାମର୍ଶ ଦେଇ ଥିଲା ବେଳେ ଶ୍ରୀ ଅଜିତ ପାତ୍ର ବାବୁ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ଆମ ସ୍କୁଲ, ଆମ ସହରର ର ନାମ ରଖିବା ସହିତ ଗୁରୁଜି,ଗୁରୁମା ମାନଙ୍କ ନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ ||ବିଇଓ ଏବଂ ଏବିଇଓ ପିଲାମାନେଶୃଙ୍ଖଳା ଜ୍ଞାନ ରଖିବା ସହିତ ସମାଜରେ କିପରି ଜଣେ ସଫଳ ବ୍ୟକ୍ତି ହୋଇ ପାରିବେ ତାଉପରେ ଛାତ୍ର ମାନଙ୍କୁ ବୁଝାଇ ଥିଲେ | ଶେଷରେ ବରିଷ୍ଠ ସାମ୍ବାଦିକପ୍ରସନ୍ନ କୁମାର ଦାଶ ଗୁରୁ ଶିଷ୍ୟଙ୍କ ମଧୁର ସମ୍ପର୍କ କୁ ସୁଦୃଢ କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ, ଓ ଯେକୌଣସି କାର୍ଯ୍ୟ କରିଉପରକୁ ଉଠି ବାକୁ ହେଲେ ବହୁତ ବାଧା, ବିଘ୍ନ କୁ ସହ୍ୟକଲେ କୃତ କାର୍ଯ୍ୟ ହୋଇ ପାରିବେ ସେ ବିଷୟରେ ବୁଝାଇ ଥିଲେ | ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ପୁରସ୍କୃତ କରାଯଇଥିଲା | ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଦେଖି ଅଭିଭାବକ ଏବଂ ଅତିଥି ମାନେ ବହୁତ ଖୁସି ହୋଇଯାଇଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କମିଟି, ଅଭିଭାବକ, ସମସ୍ତ ଷ୍ଟାଫ,ଏବଂ ସ୍କୁଲ ର ସମସ୍ତ କର୍ମଚାରୀ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଫଳ କରାଇଥିଲେ |

You might also like
error: Content is protected !!