ପୁରୁଷୋତ୍ତମପୁର ବ୍ଲକ କକ୍ଷରେ ବିକଶିତ ଗାଁ, ବିକଶିତ ଓଡିଶାସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ବ୍ଳକ ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟ କ୍ରମକୁ ନେଇ ସ୍ବତନ୍ତ୍ର ବୈଠକ ବସିଛି। ଏହି ବୈଠକ ବ୍ଲକ ଅଧକ୍ଷା ପିଙ୍କି ବେହେରା ଓ ବିଡିିଓ ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେମୁଖ୍ୟ ଅତିଥିଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହିତ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ମଞ୍ଚା ସିନଥିଲେ | ଏହି କାର୍ଯ୍ୟ କ୍ରମ ରେ ୨୬ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟାମାନେ ଉପସ୍ଥିତଥିଲେ । ପଞ୍ଚାୟତ ମାନଙ୍କରେଉନ୍ନୟନ ମୂଳକ କାର୍ଯ୍ୟ ଲାଗି ରାଜ୍ୟ ସରକାର ଙ୍କ ଏହି ବିକଶିତ ଗାଁ ଓ ବିକଶିତ ଓଡିଶାକାର୍ଯ୍ୟକ୍ରମ ରେଗାଁର ଲୋକମାନେ ମଧ୍ୟ କେବେ ଅନୁଭବ କରିବେ ନାହିଁକି ସେମାନେ ମଫସଲ ରେ ଅଛନ୍ତି ବୋଲି | ଏହି ଯୋଜନାରେ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ସର୍ବମୋଟ ୩ କୋଟି ୪୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ଲକ ପାଇଁଆସିଛି। ଏହି ଟଙ୍କାରେ ଗ୍ରାମାଞ୍ଚଳର ବିକାଶ କରାଯିବ। ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟମାନେ ନିଜ ପଞ୍ଚାୟତ ରେ ଉନ୍ନତିମୂଳକ କାର୍ଯ୍ୟ ଠିକ ଭାବେ ହେଉନଥିବା ନେଇ ଅଭିଯୋଗ କରିଥିଲେ । ଆଛୁଲି ପଞ୍ଚାୟତରେ ମଧ୍ୟ ଦୀର୍ଘ ମାସ ଧରି କେଣସି ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ନେଇ ସମିତିସଭ୍ୟା ବିନୋଦିନୀ ପଣ୍ଡା ଅଭିଯୋଗ କରି ଜନବସତିରେ ସିସିରୋଡ କରିବା ପରିବର୍ତ୍ତେ ଅନାବଶ୍ୟକ ସ୍ଥାନରେ ସିସିରୋଡ କରାଯାଇଛି ବୋଲି ବିଡ଼ିଓ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ବହୁ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ନିଜ ଅଞ୍ଚଳରେ ଉନ୍ନୟନମୂଳକ କାମ ଠିକ୍‌ ସମୟରେ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଧାୟକ ଏନେଇ ପଦକ୍ଷେପ ନେବା ନିମନ୍ତେ ଦାବି କରିଥିଲେ । ଆଗାମୀ ଦିନରେ କିଭଳି ସମସ୍ତ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟହେବ ସେ ନେଇ ପଦକ୍ଷେପ ନେବା ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ଉଭୟ ବିଧାୟକ ପରାମର୍ଶ ମାନ ଦେଇଥିଲେ। ଶେଷରେ ସରକାର ଙ୍କ ଏହି କାର୍ଯ୍ୟ କ୍ରମ ପୁରା ଭାବେ ହୋଇ ପାରିବ ନାହିଁ ବୋଲି ସନ୍ଦେହ ପ୍ରକାଶ କରି ଶିକୁଳା ସମିତି ସଭ୍ୟ କୁମୁଦ ବେହେରା କହିଥିଲେ | ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ବିଡ଼ିଓ ନିରାକାର ଜେନା, ମୁଖ୍ୟ ଯନ୍ତ୍ରୀ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଜେଇ, ଜିପିଓ ମୀନ କେତନ ବେହେରା, ଡେଭଲ୍ସପମେଣ୍ଟ ମୀନ କେତନ ପାଢ଼ୀ ଙ୍କ ସହ ସମସ୍ତ ଷ୍ଟାଫ ଓ କର୍ମଚାରୀ ସହଯୋଗ କରିଥିଲେ |

You might also like
error: Content is protected !!