ତାରା ତାରିଣୀ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-ପୁରୁଷୋତ୍ତମପୁର ସହରସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ୱପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବରେ ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଜ୍ଞାନର ବିଭାଗ ମୁଖ୍ୟ ଶ୍ରୀମତୀ ଯାମିନି ମିର୍ଦ୍ଧା, ଅର୍ଥନୀତି ବିଭାଗର ଅଧ୍ୟାପିକା ତଥା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜିକା ସୁଶ୍ରୀ ମିନାକ୍ଷୀ ଦାସ ଓ ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା ଦାସ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିବା ସହ ନିଜ ବିଭାଗ ସହିତ ଉଦ୍ଭିଦ ବିଜ୍ଞାନ ର କିପରି ସମ୍ବନ୍ଧ ରହିଛି ତାହା ମଧ୍ୟ ଆଲୋଚନା କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଏନ୍. ମୋହନ ଆଲୋଚନା ଚକ୍ରର ବିଷୟବସ୍ତୁ ସମ୍ବନ୍ଧ ରେ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼. ସୁଧାଂଶୁ ଶେଖର ମିଶ୍ର, ଅଧ୍ୟାପିକା ପ୍ରିୟଙ୍କା ମିଶ୍ର, ଚାନ୍ଦିନୀ ପାତ୍ର ଓ ଋତୁପର୍ଣ୍ଣା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଅନୁଷ୍ଠିତ ଅଧ୍ୟୟନ ଯାତ୍ରାର ସମ୍ପୂର୍ଣ୍ଣ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଆଜିର ଏହି ଆଲୋଚନା ଚକ୍ରର ବିଷୟବସ୍ତୁ “ଜୈବ ଇନ୍ଧନ ଭାବରେ ଶୈବାଳ” ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ପ୍ରିତିମୟୀ ଜେନା ପାୱାର ପଏଣ୍ଟ୍ ମାଧ୍ୟମରେ ଜୈବ ଇନ୍ଧନ ଭାବରେ ଶୈବାଳ ର ବ୍ୟବହାର କିପରି ଓ କେଉଁ କେଉଁ କ୍ଷେତ୍ରରେ କରାଯାଏ ଉପସ୍ଥାପନା କରିଥିଲେ। ଆସିଷ୍ଟାଣ୍ଟ ସେମିନାର ସେକ୍ରେଟାରୀ ଆଲୋକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!