ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ: ଜଳ ଯୋଗାଣ ଅଧିକାରୀଙ୍କ ପ୍ରତିଶୃତି ପରେ ହଟିଲା ଅବରୋଧ

ଆର.ଉଦୟଗିରି (ମନୋଜ କୁମାର ପାଢୀ ):- ଗଜପତି ଜିଲା ମୋହନା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କେଶରା ଗ୍ରାମ ରେ ପାନୀୟ ଜଳ ସଙ୍କଟ। ପାଣି ପାଇଁ ରାସ୍ତା ଅବରୋଧ କରିଲେ କେଶରା ଗ୍ରାମର ମାଝୀ ସାହି ବାସିନ୍ଦା । ଗତ ଦୁଇ ବର୍ଷ ହେବ କେଶରା ଗ୍ରାମ ୪ ନମ୍ୱର୍ ୱାର୍ଡର ମାଝୀ ସାହିରେ ଘୋର ପାନୀୟ ଜଳ ସମସ୍ୟା ଲାଗି ରହିଛି ଯାହାକୁ ନେଇ ଜିଲା ପ୍ରଶାସନ, ବ୍ଲକ୍ ପ୍ରଶାସନ, ଗ୍ରାମ ପଞ୍ଚାୟତ ପାଖରେ ଅଭିଯୋଗ କରିଥଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।
ଶେଷରେ ବାଧ୍ୟ ହୋଇ ଗଞ୍ଜାମ ଜିଲାର ବଡ଼ଗଡ଼କୁ ଗଜପତି ଜିଲାର ମୋହନା ରାସ୍ତା ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅବରୋଧ କରି ଗରା ମାଠିଆ ରାସ୍ତା ଉପରେ ରଖି ଶତାଧିକ ମହିଳା ଓ ପୁରୁଷ ସକାଳ ୭ ଘଣ୍ଟା ଠାରୁ ଧାରଣାରେ ବସିଥିଲେ। ଶହ ଶହ ଯାନ ବାହାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୧୦ ଟା ସମୟରେ ଜଳ ଯୋଗାଣ ଅଧିକାରୀ ପଦ୍ମନାଭ ଖଣ୍ଡେଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଆସନ୍ତା ୨୮ ତାରିଖ ମଧ୍ୟରେ ଏକ ନଳକୂପ ଖନନ କରାଯିବବୋଲି ଲିଖିତ ପ୍ରତିଶୃତି ଦେବାପରେ ଗ୍ରାମବାସୀ ରାସ୍ତାରୋକ ରୁ ହଟିଥିଲେ। ତେବେ ଦେଖାଯାଉ କେବେ ସାହି ବାସିନ୍ଦାକୁ ପାଣି ମିଳୁଛି ଦେଖିବାକୁ ରହିଲା ବାକି ।

You might also like
error: Content is protected !!