କେନ୍ଦ୍ର ବଜେଟ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ବିରୋଧ

ଆର.ଉଦୟଗିରି (ମନୋଜ କୁମାର ପାଢୀ):- 2025- 26 ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହୋଇଛି । ଏହି ବଜେଟ ଜନସାଧାରଣଙ୍କ ମୌଳିକ ଏବଂ ଅତ୍ୟାବଶ୍ୟକ ଆବଶ୍ୟକତା ପ୍ରତି ବିଶ୍ୱାସଘାତକତା ବୋଲି ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଲୋକଙ୍କ ହାତରେ କ୍ରୟଶକ୍ତିର ଅଭାବ, ବେକାରି କାରଣରୁ ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଥିଲେ ମଧ୍ୟ ଏହି ସମସ୍ୟାଗୁଡିକୁ ସମାଧାନ କରିବା ପରିବର୍ତ୍ତେ ସରକାର ଧନିକମାନଙ୍କ ପାଇଁ ବଜେଟ ମାଧ୍ୟମରେ ସୁବିଧା ବୃଦ୍ଧି କରିଛନ୍ତି ବୋଲି ବମପନ୍ଥୀ ଦଳ ନେତାମାନେ ଅଭିଯୋଗ କରି ସ୍ଥାନୀୟ କଲେଜ ଛକ ନିକଟରେ ଧାରଣା ଦେଇଥିଲେ । ଘରୋଇକରଣ ବନ୍ଦ କରିବା ଏବଂ ଜାତୀୟ ମୁଦ୍ରାକରଣ ଯୋଜନାରେ ସର୍ବସାଧାରଣଙ୍କ ସମ୍ପତ୍ତିକୁ ଘରୋଇ କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନୀତି ବାତିଲ କରିବା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ପାଇଁ ବରାଦ ଅର୍ଥ ୫୦ ପ୍ରତିଶତ ବୃଦ୍ଧି କରିବା, ବୟସ୍କ ଲୋକମାନଙ୍କ ପାଇଁ ପେନ୍ସନ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧା ପାଇଁ କେନ୍ଦ୍ରୀୟ ବ୍ୟୟ ବରାଦ ବୃଦ୍ଧି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ଜାତୀୟ ଘରୋଇ ଉପାଦର ୩ ପ୍ରତିଶତ ଏବଂ ଶିକ୍ଷା କ୍ଷେତ୍ର ପାଇଁ ଜିଡିପିର ୬ପ୍ରତିଶତ ବ୍ୟୟ ବରାଦ ନିଶ୍ଚିତ କରିବାକୁ ଦଳଗୁଡିକ ପକ୍ଷରୁ ଦାବି କରାଯାଇଥିଲା ।

You might also like
error: Content is protected !!