“ସାଇକ୍ଳୋଥନ” – ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,[ବିଚିତ୍ର ସାହୁ ]:- ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଜରିଆରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଗାନ୍ଧୀନଗର ଛକରେ ଥିବା ଗାନ୍ଧୀ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସାଇକେଲ ମାରାଥନ କାର୍ଯ୍ୟକ୍ରାମାରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ଖଲ୍ଲିକୋଟ କଲେଜ, ବିଜିପୁର, ରେଲୱେ ଷ୍ଟେସନ ରୋଡ,ଗୋସାଣିନୁଗାମ, ଆସ୍କାରୋଡ ରାସ୍ତା ଦେଇ ଗାନ୍ଧୀନଗର ଠାରେ ସମାପ୍ତ ହୋଇଯାଇଛି । ବ୍ରହ୍ମପୁରସ୍ଥ ଆଇଏସ ଆର ଡି ଓ ଜି ଆଈ ଟି ଏମ ସ ର ମିଳିତ ସହଯୋଗ କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କାହ୍ନୁ ଚରଣ ପତ୍ତି , ପ୍ରଫୁଲ୍ଲ ଚନ୍ଦ୍ର ପାଣୀଗ୍ରାହୀ, ଆଈ ଏସ ଆର ଡି ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ, ଜେ ଆଈ ଟି ଏମ ଏସ ର ନିର୍ଦ୍ଦେଶକ ସହଦେବ ପ୍ରଧାନ ,ପ୍ରାଧ୍ୟାପକ ଭେଙ୍କଟେସ ଆଚାରୀ, ସୁନୀଲ କବି, ପ୍ରଭାତ କୁମାର ପାଢୀ ,ଗୋପାଳକୃଷ୍ଣ ଦଳବେହେରା ପ୍ରମୁଖ ଯୋଗ ଦେଇ ସମ୍ପୂର୍ଣ୍ଣ ପରିବେଶ ସମ୍ବଲିତ ଉତ୍ତମ ପରିବେଶ ପାଇଁ ଇନ୍ଧନ ସଂରକ୍ଷଣ କରିବା ଆବଶ୍ୟକ ସହ ଇନ୍ଧନକୁ ଅସଚେତନ ଭାବେ ବ୍ୟବହାର କରିବାରେ ପ୍ରାକୃତିକ ବିପଦ ହେଉଛି, ଯେଉଁଥିରେ ଏହା ପୃଥିବୀର ସମ୍ପଦକୁ ଶୁଷ୍କ କରୁଛି ।

“ସାଇକ୍ଳୋଥନ” - ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ

ପରିବେଶ ଆମ ଜୀବନର ଏକ ଆବଶ୍ୟକ ଅଂଶ। ଆମ ଜୀବନର ଗୁଣବତ୍ତା ପରିବେଶର ଗୁଣବତ୍ତା ଉପରେ ନିର୍ଭର କରେ । ସୁସ୍ଥ ରହିବା ପାଇଁ ଆମେ ଏକ ସଫା ପରିବେଶ ଆବଶ୍ୟକ ଓ ଇନ୍ଧନ ସଂରକ୍ଷଣ ପ୍ରଥାମାନ୍ୟ ଓ କୌଶଳ ଅଟେ, ଯାହା ଇନ୍ଧନ ଖର୍ଚ୍ଚକୁ କମାଇବାରେ ସାହାଯ୍ୟ କରେ, ଯେଉଁଥିରେ ଇନ୍ଧନ କ୍ଷମତା କୌଣସି କାମ କରିବା ପାଇଁ ଇନ୍ଧନ ବ୍ୟୟର ସଂପୃକ୍ତ । ଏହି ଦୁଇଟି ଧାରଣାକୁ ଏକସଂଗେ ମିଶେଇବା ସହିତ ବ୍ୟବସାୟଗୁଡିକ କୋଷ୍ଟ ସଂରକ୍ଷଣ, କାର୍ବନ ଚିହ୍ନ କମାଇବା ଏବଂ ସସ୍ତାୟୀତା ପ୍ରଚାର କରିବାର ଆବଶ୍ୟକତା ସହ ପ୍ରାକୃତିକ ସଂଷୋଧନ ଗୁଡିକ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

“ସାଇକ୍ଳୋଥନ” - ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ

ଏହିହେତୁ ଆମର ପ୍ରାକୃତିକ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଏବଂ ସେଥିରେ ସଞ୍ଚୟ ମାଧ୍ୟମରେ ବ୍ୟବହାର କରିପାରିବା । ସଞ୍ଚୟ ଓ ପ୍ରତିରକ୍ଷଣ ପାଇଁ ଉପାୟଗୁଡିକ ଅର୍ଥାତ୍ ସୁରକ୍ଷା ପରିବେଶ କରେ । ଆଗାମୀ ବର୍ଷରେ ସୁଖମୟ ଜୀବନ ଚାଲିବା ପାଇଁ ପ୍ରାକୃତିକ ସଂଷୋଧନର ସଞ୍ଚୟ ଅତ୍ୟନ୍ତ ଆବଶ୍ୟକ। ଆମେ ପୃଥିବୀର ସବୁଠାରୁ ବଡ଼ ଧନର ରକ୍ଷା କରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଉପୋରକ୍ତ କାର୍ଯ୍ୟକ୍ରମରେ ଶହେରୁ ଊର୍ଦ୍ଧ୍ଵ ପିଲା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ବ୍ରହ୍ମପୁର ସହରର ଶକ୍ତିସଦନର କରମକର୍ତ୍ତା ସୟନୀ ମଲ୍ଲିକ, ସୁଶୋଭିତା ଗମାଙ୍ଗ, ଶ୍ରାବଣୀ ଦଳବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

You might also like
error: Content is protected !!