ପ୍ରଥମ ଚିରଞ୍ଜିତ ସ୍ମାରକୀ ଟୁର୍ଣ୍ଣ।ମେଣ୍ଟ
ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ଯୁବ ସାମ୍ବାଦିକ ତଥା ଆଇନଜୀବୀ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ସ୍ମାରକୀ ଦିନିକିଆ ଫଟାଫଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ରୟଲ ଷ୍ଟ୍ରାଇକର କ୍ରିକେଟ ଟିମ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣlମେଣ୍ଟରେ ଜନତା ଗ୍ୟାରେଜ ଦଳ ଚାମ୍ପିଆନ୍ ହୋଇଛି। ଭାଷ୍କର ଏକାଦଶ, କମଳାପୁର ଏକାଦଶ, ଲାୟନ୍ସ ଏକାଦଶ, ଚିତା ଏକାଦଶ, ଜନତା ଗ୍ୟାରେଜ, ଏମଏସସିଟି, ମହାଲକ୍ଷ୍ମୀ ଓ ଏଫସିସିି ଭଳି 8ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମପୁର ଅତିରିକ୍ତ ଏସପି କାଳି ପ୍ରସାଦ ବୁରୁଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ସୁପୁତ୍ରି ଆହାନା ରାଜଗୁରୁ ଓ ଝିଆରି ଆସମସା ରାଜଗୁରୁ ଉପସ୍ଥିତ ଥିଲେ।

ଫାଇନାଲ ମ୍ୟାଚ ଜନତା ଗ୍ୟାରେଜ ଓ ଚିତା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜନତା ଗ୍ୟାରେଜ ଦଳ 26ରନ୍ରେ ଚିତା ଏକାଦଶକୁ ପରାସ୍ତ କରି ପ୍ରଥମ ଚିରଞ୍ଜିତ ରାଜଗୁରୁ ସ୍ମାରକୀ ଫଟାଫଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟରେ ଚାମ୍ପିଆନ୍ ହୋଇଥିଲା। ଖେଳ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବ୍ରହ୍ମପୁର ଅର୍ବ।ନ ବ୍ୟାଙ୍କ ସଭାପତି ଆର. ମୂରଲୀ ମୋହନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଵର୍ଗତ ଚିରଞ୍ଜିତ ରାଜଗୁରୁଙ୍କ ବଡଭାଇ ତଥା ସକାଳ ଖବର କାଗଜର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତିଧର ରାଜଗୁରୁ, ଯୁବ ଉଦ୍ୟୋଗୀ ସଚ୍ଚିଦାନନ୍ଦ ଦାଶ, ନିର୍ମଳ ପାଢୀ, ରାଜେଶ କୁମାର ସାହୁ, ସୀମାଞ୍ଚଳ ଶତପଥୀ, ସୁରେଶ ଚନ୍ଦ୍ର ପାଢୀ ଓ ସାମ୍ବାଦିକ ସୁଦୀପ ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରତିଯୋଗିତାର ବିଜେତା ବା ଚାମ୍ପିଆନ ଜନତା ଗ୍ୟାରେଜ ଦଳକୁ ଟ୍ରଫି ସହିତ ନଗଦ 30ହଜାର ଆର୍ଥିକ ପୁରସ୍କାର ଓ ରନର୍ସ ଅପ ଚିତା ଏକାଦଶ ଦଳକୁ ଟ୍ରଫି ସହିତ 20ହଜାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା l ଦର୍ଶକଙ୍କ ଭିଡ଼ ଜମିଥିଲl l