ବାଲିଗୁଡ଼ାରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ଵ ମାତୃଭାଷା ଦିବସ ପାଳିତ
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ତା-୨୧.୦୨.୨୫ରିଖ ଦିନ ଆଦିବାସୀ ମହାବିଦ୍ୟାଳୟ, ବାଲିଗୁଡ଼ାରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଥିଲା।ଏହି ଆଲୋଚନା ସଭାରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ବ କରିଥିଲେ । ମାତୃଭାଷା ଦିବସର ଗୁରୁତ୍ବ ସମ୍ପର୍କରେ ଆଲୋଚନା ହେବା ସହିତ ସରକାରୀ ପ୍ରୋତ୍ସାହନ ଏବଂ ସେହି ଭାଷାଭାଷୀ ଲୋକଙ୍କ ଆନ୍ତରିକତା ତଥା ନୀରବଚ୍ଛିନ୍ନ ଉଦ୍ୟମ କିପରି ମାତୃଭାଷାର ସୁରକ୍ଷା ତଥା ସମୃଦ୍ଧିରେ ସହାୟକ ହୋଇଥାଏ ସେହି ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ସଂଘର୍ଷ ଓ ସଂଗ୍ରାମ ଦ୍ବାରା ନ ହେଲେ ଭାଷା କିପରି ତିଷ୍ଠିବା କଷ୍ଟକର ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା। ଆଲୋଚନାରେ ଓଡ଼ିଆ ବିଭାଗର ଅଧ୍ୟାପିକା ସ୍ନେହଲତା ମାଝୀ ଏବଂ ସୁଲୋଚନା କହଁର ତଥା ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଦୁଇଜଣ ଅଧ୍ଯାପକ ଦଣ୍ଡପାଣି ଭୂୟାଁ ଏବଂ ତାପସ କୁମାର ବାରିକ,ଇତିହାସ ବିଭାଗର ପ୍ରସନ୍ନ କହଁର ଏବଂ ମାନସ କୁମାର ପ୍ରଧାନ ଅର୍ଥନୀତି ବିଭାଗର ଶିବ ମାଝୀ ,ଦର୍ଶନ ବିଭାଗର ଗଣନାଥ ସୋରେନ୍ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର କାର୍ତ୍ତିକ ଚନ୍ଦ୍ର ସାମଲ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷ ବର୍ଷ ଓଡ଼ିଆ ବିଭାଗର ମାମାଲି ପାତ୍ର ସଂଯୋଜନା ଦାୟିତ୍ଵ ନିର୍ବାହ କରିଥିଲେ ।ଯାଜ୍ଞସେନୀ, ଜ୍ୟୋତି, ଜ୍ୟୋତ୍ସ୍ନା,ମାମାଲି ଆଦି ଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମହାବିଦ୍ୟାଳୟର ଅନ୍ୟ ବିଭାଗର କିଛି ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ମାମାଲି ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।