ରାୟଗଡା ପୋଲିସ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ
ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦିରୀ ଗ୍ରାମ ଠାରେ ପୋଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ରାୟଗଡା ପୋଲିସ ଆରକ୍ଷୀ ଅଧିକାରୀ S ସ୍ଵାତି କୁମାର ଙ୍କ ନେତୃତ୍ୱ ରେ ବନ୍ଦିରୀ ଗ୍ରାମ ଠାରେ ବିଷମକଟକ SDPO ଶ୍ରୀମତୀ ସନ୍ତୋଷିନୀ ଓରାମ, ସହକାରୀ କମାଣ୍ଡେଣ୍ଡ ଲଷ୍ମୀ ନାରାୟଣ ମାଝୀ, ଚନ୍ଦ୍ରପୁର ଥାନା ପୋଲିସ ଆଇଆଇସି ଶ୍ରୀ ଧରଣୀଧର ପ୍ରଧାନ, ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ SDPO ଶ୍ରୀମତୀ ଓରାମ ଲୋକଙ୍କୁ ପୋଲିସ ସହିତ ସୁସମ୍ପର୍କ, ପୋଲିସ କୁଦେଖି ନ ଡରିବା ପଳାୟନ ନ କରିବା ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିବାକୁ ପରାମର୍ଶ ଦେଇ ଥିଲେ l ଦଶଟି ଦଳକୁ ନେଇ ଭଲିବଲ ପ୍ରତିଯୋଗିତା ହୋଇଥିଲା l ଏଥିରେ ମେଡି୍ୟାମେରା ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ କାରାଦୁୟା ଦ୍ୱିତୀୟ ସ୍ଥାନ ରେ ବିଜୟ ଲାଭ କରିଥିଲେ l

ଉକ୍ତ ଖେଳାଳି ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଟ୍ରପି ସହ ଜର୍ସି ରାୟଗଡା ଆରକ୍ଷୀ ଅଧିକାରୀ S ସ୍ଵାତି କୁମାର ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଓ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଜର୍ସି ପ୍ରଦାନ କରାଯାଇଥିଲା l ଏଥିରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ ପୁରୁଷ, ମହିଳା ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ଙ୍କୁ ବେଗ,ଖାତା, ପେନ, ପେନାସିଲ, ରବର, ବୃଦ୍ଧ ବୃଦ୍ଧା ମାନଙ୍କୁ ଶାଡି, ଛତା, କମଳ ଓ ବିଭିନ୍ନ ସାମଗ୍ରୀ ବଣ୍ଡନ କରାଯାଇଛି l ଏଥିରେ ଚନ୍ଦ୍ରପୁର ପୋଲିସ Si ଶ୍ରୀ ବୀରେନ୍ଦ୍ର ରାଏ, ASI ନୃସିଂହ ସାହୁ, କନେଷ୍ଟବଲ ରବି ମୁଟିକା, ଏଙ୍କେଟ ରାଓ ଶବର, ଚନ୍ଦ୍ରପୁର ସିଆରା୍ପିଏଫ ଯବାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ପ୍ରଦୂଷ ମିଶ୍ର ଗ୍ରାମର ବିଭିନ୍ନ ଲୋକ ଶାନ୍ତି ଶୃଙ୍ଖଳା ସହ ଯୋଗ କରିଥିଲେ l