ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ ଅନୁଷ୍ଠିତ
ନୟାଗଡ, ( ପ୍ରଭାକର ଶିରୋମଣି ):- ନୟାଗଡ ଜିଲ୍ଲାର ବହୁ ପୁରାତନ ସାମ୍ବାଦିକ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ନୟାଗଡ ଜିଲ୍ଲା ଅନ୍ତର୍ଗତ ପାଣି ପୋଇଲା ନିକଟସ୍ଥ ବଡ ହାମରା ଠାରେ ଏକ ଶାନ୍ତ ଶୀତଳ ପରିବେଶ ମଧ୍ୟରେ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ବୈଠକରେ ସଂଘ ର ସ୍ଥାୟୀ ସଭାପତି ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ବିଭିନ୍ନ ଅଂଚଳରୁ ସାମ୍ବାଦିକମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ବିଶେଷତଃ ଏହି ଆଲୋଚନା ସଭାରେ ଖଣ୍ଡପଡା, ଗଣିଆ, କଣ୍ଟିଲୋ, ଦଶପଲ୍ଲା, ନୂଆଗାଁ,. ରଣପୁର, ଶରଣ କୂଳ, ଓଡଗାଁ ଓ ଭାପୁର ଅଞ୍ଚଳରୁ ୮୦ ଜଣରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇ ସାମ୍ବାଦିକ ସଂଘର ଗଠନ ମୂଳକ କାର୍ଯ୍ୟକୁ ଆଗେଇ ନେବା ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ କରିଥିଲେ l ଅପର ପକ୍ଷରେ ସାମ୍ବାଦିକ ମାନଙ୍କ ଏକତାକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ସାମ୍ବାଦିକ ସଂଘର ରୌପ୍ୟ ଜୁବୁଲି ଉତ୍ସବ ଦୁଇ ଦିନ ଧରି ପାଳନ କରିବାକୁ ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଥିବାରୁ ଉପସ୍ଥିତ ସଭ୍ୟ ମାନେ ଏହାକୁ ସ୍ୱାଗତ କରିଥିଲେ ଓ ଏହାକୁ ଆଗେଇ ନେବାକୁ ସଭାପତିଙ୍କୁ ଉପସ୍ଥିତ ସଭ୍ୟ ମାନେ ଦାୟିତ୍ୱ ଦେଇଥିଲେ l ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ l

ଏହି ସଭାରେ ସାମ୍ବାଦିକ ଜୟେନ୍ଦ୍ର କୁମାର ବେହେରା, ସାମ୍ବାଦିକ ପ୍ରଭାକର ଶିରୋମଣି, ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ସାମ୍ବାଦିକ ରାମେଶ୍ୱର ଶତପଥୀ, ସାମ୍ବାଦିକ ସୁବାଷ ମହାପାତ୍ର,.ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ସାମ୍ବାଦିକା ପ୍ରଭାସିନୀ ନନ୍ଦ, ସାମ୍ବାଦିକ ସତ୍ୟ ବାଦୀ ମିଶ୍ର, ସାମ୍ବାଦିକ ଦିଲ୍ଲୀପ କୁମାର ନନ୍ଦ, ସାମ୍ବାଦିକ ଓ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ l ପରିଶେଷରେ ସାମ୍ବାଦିକ ନିଶିକାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l