ମାଳବନ୍ଧ କାମ ଚାଲିଥିଲା ବେଳେ ଗାଡି ପାର୍କିଙ୍ଗ 

ନୟାଗଡ,(ପ୍ରଭାକର ଶିରୋମଣି ):- ରାଜ୍ୟର ପ୍ରମୁଖ  ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠରେ ଚାଲିଥିବା ଦକ୍ଷିଣ ପାର୍ଶ୍ଵ ମାଳବନ୍ଧର ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ ସେହି ସ୍ଥାନରେ ଗାଡି ପାର୍କିଙ୍ଗ କରାଯାଉଥିବାରୁ ଓ କଂକ୍ରିଟ ସିମେଣ୍ଟ କଞ୍ଚା ରହୁଥିବାରୁ ରାସ୍ତା ଫାଟୁ ଥିବା ଅଭିଯୋଗ ହେଉଛି । ଏ ସମ୍ବନ୍ଧରେ ନିଲାମ ନେଇଥିବା କର୍ତ୍ତ୍ତୃପକ୍ଷଙ୍କୁ ଗାଡି ପାର୍କିଂ ସଙ୍ଗେ ସଙ୍ଗେ ନକରିବାକୁ କୁହା ଯାଉଥିଲେ ମଧ୍ୟ ସେମାନେ ଶୁଣୁ ନଥିବା ଅଭିଯୋଗ ହେଉଛି । ବିଶେଷ 
           ଅପର ପକ୍ଷରେ ଏହି ମାଳବନ୍ଧର ମାଲିକାନା ସତ୍ୱ ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ସେହି ସ୍ଥାନରେ ଦେବୋତ୍ତର ବିଭାଗରୁ ପାର୍କିଙ୍ଗ ନେଇଥିବା ବ୍ୟକ୍ତି ବିଶେଷ ଗାଡି ରଖି ଶୁଳ୍କ ଆଦାୟ କରିବା କେତେଦୂର ଯଥାର୍ଥ ତାହା ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଏ ସମ୍ବନ୍ଧରେ ଖଣ୍ଡପଡା ଦେବୋତ୍ତର ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ।ତେଣୁ  ମାଳବନ୍ଧର ସ୍ଥାୟିତ୍ୱ  ତଥା  ସର୍ବସାଧାରଣଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କେଉଁ କେଉଁ ସ୍ଥାନରେ ଶ୍ରୀ ଜୀଉଙ୍କ ପାର୍କିଂ ସ୍ଥାନ ରହିବ ସେଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

You might also like
error: Content is protected !!