ହିନ୍ଦୁ ଦେବାଦେବୀ ତଥା ହିନ୍ଦୁ ସଂସ୍କୃତିକୁ ଅପମାନ କରିବା ସହିତ ହିନ୍ଦୁ ମାନଙ୍କୁ ବୋମା ମାଡ଼ କରିବା ଭଳି ମନ୍ତବ୍ୟ ବିରୁଦ୍ଧରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରା.ଉଦୟଗିରି ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ।

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଦୁଇଜଣ ଖ୍ରୀଷ୍ଟିଆନ ଧର୍ମର ବ୍ୟକ୍ତି-ତଥା ବିପିଏଲ_କାର୍ଜୀ, ପିତା-ଦିନ କାର୍ଜୀ,(ଗ୍ରାମ-ତଜର, ପଂଚାୟତ-କେ ଝାଲେରସିଂ) ଏବଂ ବୁଲୁ ରଇତ, ପିତା-ସୁଲମ ରଇତ,(ଗ୍ରାମ-ମାଣିକପୁର, ପଂଚାୟତ-ଅନ୍ତରଡ଼ା) ଏହି ଦୁଇଜଣ ବ୍ୟକ୍ତି ଭିଡ଼ିଓ ମାଧ୍ୟମରେ ହିନ୍ଦୁ ଦେବଦେବୀଙ୍କୁ ଅପମାନ କରିବା ସହ ସମସ୍ତ ହିନ୍ଦୁ ମାନଙ୍କୁ ବୋମା ମାଡ଼ କରି ସଫା କରିଦେବି କହି ଆପତ୍ତି ଜନକ ମନ୍ତବ୍ୟ ଦେଇ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କଲାଭଳି ବାତାବରଣ ତିଆରି କରିଛନ୍ତି । ଏହାକୁ ଗଜପତି ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ଘୋର ବିରୋଧ କରିଛନ୍ତି। ଏବଂ ଯଥାଶୀଘ୍ର ଏହାର କାର୍ଯ୍ୟାନୁଷ୍ଠାନ କରି ଉକ୍ତ ଦୋଷୀ ମାନଙ୍କୁ ଆରେଷ୍ଟ କରିବା ସହ ଏପରି ଆତଙ୍କ ବାତାବରଣ ନିବୃତ କରିବା ପାଇଁ ସେମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡ ବିଧାନ କରିବାକୁ କହିଛନ୍ତି ।

You might also like
error: Content is protected !!