ଆର.ଉଦୟଗିରି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷା ଆରମ୍ଭ

ଆର.ଉଦୟଗିରି (ମନୋଜ କୁମାର ପାଢୀ) -: ଶୁକ୍ରବାର ଦିନ ଆର.ଉଦୟଗିରି ବ୍ଲକର 5 ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନର ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଆର.ଉଦୟଗିରି କେନ୍ଦ୍ରରେ 264 ରୁ 252, ଛେଳିଗଡ଼ କେନ୍ଦ୍ରରେ 243 ରୁ 237, ରାମଗିରି କେନ୍ଦ୍ରରେ 211 ରୁ 207, ଭାଲିଆସାହି କେନ୍ଦ୍ରରେ 288 ରୁ 281, ମହେନ୍ଦ୍ରଗଡ଼ କେନ୍ଦ୍ରରେ 230 ରୁ 218 ପରୀକ୍ଷ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ବ୍ଲକର 5ଟି କେନ୍ଦ୍ରରେ ମୋଟ 1236 ମଧ୍ୟରୁ 1195 ପରୀକ୍ଷା ଦେଇଥିବା ବେଳେ 41 ପରୀକ୍ଷ୍ୟାର୍ଥୀ ଅନୁପସ୍ଥିତ ଥିଲେ । ପ୍ରତ୍ୟେକ କେନ୍ଦ୍ରରେ ସ୍ଥାନୀୟ ପୋଲିସ ପକ୍ଷରୁ କଡା ସୁରକ୍ଷା ଦିଆଯାଇଥିଲା । ବୋର୍ଡ କର୍ତୃପକ୍ଷଙ୍କ ନିର୍ଦ୍ଦେଶ ଓ ସମୟ ସାରଣୀ ଅନୁସାରେ ଠିକ ସମୟରେ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନ ପତ୍ର ବିତରଣ କରାଯାଇଥିଲା । ଛେଳିଗଡ଼ କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ରାୟଗଡ଼। ଉଦୟଗିରି ଓ ଚନ୍ଦ୍ରଗିରି ବିଦ୍ୟାଳୟର ମୋଟ 96 ପରୀକ୍ଷାର୍ଥୀ ମଧ୍ୟରୁ 93 ଜଣ ପରୀକ୍ଷା ଦେଇଥିବା ବେଳେ 3 ଜଣ ଅନୁପସ୍ଥିତ ଥିଲେ ।

You might also like
error: Content is protected !!