ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାଁ ସାଥିଙ୍କ ବିକ୍ଷୋଭ

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥିଙ୍କ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି. ଗାଁ ସାଥି ତଥା ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗାଁ ସାଥି ଜିଲ୍ଲା ସଭାପତି ପଞ୍ଚୁ ନାୟକଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ନ୍ୟାୟ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ଅନୁଯାୟୀ, ନିଯୁକ୍ତି ପ୍ରୋତ୍ସାହନ ରାଶି ସର୍ବନିମ୍ନ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଦାବି ରହିଛି.ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ, ରା.ଉଦୟଗିରୀ ଆଦି ବ୍ଲକ୍‌ର ବହୁ ସଂଖ୍ୟାରେ ଗାଁ ସାଥ୍‌ ଯୋଗଦେଇ ଥିଲେ।

You might also like
error: Content is protected !!