ଚନ୍ଦ୍ରପୁର ବ୍ଲକରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଯୋଗଦାନ
ଚନ୍ଦ୍ରପୁର, (କୈଳାସ ମାଳ ବିଷୋୟୀ) :- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୀତାରାମ ପୃତ୍ତି ଯୋଗଦାନ କରିଛନ୍ତି । ସେ ସୁଦୂର ବାଲେଶ୍ବର ଜିଲ୍ଲାରେ ନିଜ କାର୍ଯ୍ୟ ଦକ୍ଷତା ର ପରିଚୟ ରୂପେ ତହସିଲ ଅଧୀନରେ କାର୍ଯ୍ୟକୁ ପ୍ରତିପାଦନ କରିଛନ୍ତି । ଆଜି ତାଙ୍କୁ ଚନ୍ଦ୍ରପୁର ବ୍ଲକର SSD ବିଦ୍ୟାଳୟର ପ୍ରଦୀପ ଚୌଧୁରୀ ବରିଷ୍ଠ ଶିକ୍ଷକ ତଥା ଶିକ୍ଷକ ସଙ୍ଗର ଉପସଭାପତି ଓ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍ୱର ଗମାଙ୍ଗ,ପ୍ରଶାନ୍ତ ରତ୍ନ।ଲୁ, ତପନ ଦଣ୍ଡସେନା, କୁମ୍ଭ ଶବର, ମକର ତୁଇକା, ରୁଦ୍ର ବାଗ, ଜନର୍ଦନ ଶବର, ବଳଭଦ୍ର କୁଟ୍ରୁକ, କୁନା ମାଝୀ, ସରଙ୍ଗାଧର ବାଗ ଓ ଅନ୍ୟାନ୍ୟ ଶିକ୍ଷକ ସ୍ୱାଗତ କରିଥିଲେ । ବ୍ଲକର ସ୍କୁଲ ସଂଖ୍ୟା ଓ ପିଲା ସଂଖ୍ୟା ହଷ୍ଟେଲ ସଂଖ୍ୟା ଶିକ୍ଷକ ସଂଖ୍ୟା ଇତ୍ୟାଦି ବୁଝିଥିଲେ । ଭଲ ଭାବେ ଦାୟିତ୍ଵ ର ସହ ଓ ଅନୁଶାସନ ନିୟମ ମାନି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ସବୁ ସ୍କୁଲ ପରିଦର୍ଶନ କରିବି ଏବଂ କାମକୁ ଆଗକୁ ନେବା ପାଇଁ ପ୍ରୟାସ କରିବା ନିମନ୍ତେ କହିଛନ୍ତି ।