ଚନ୍ଦ୍ରପୁର ବ୍ଲକରେ ତିନୋଟି କେନ୍ଦ୍ରରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା -୨୦୨୫

ଚନ୍ଦ୍ରପୁର, (କୈଳାସ ମାଳ ବିଷୋୟୀ) :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଚନ୍ଦ୍ରପୁର ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଡାଙ୍ଗସୋରଡା ଏସ ଏସ ଡି ହାଇସ୍କୁଲ ରେ ମାଟ୍ରିକ ପରୀକ୍ଷା-୨୦୨୫ ପ୍ରଥମ ଦିବସରେ ୩୯୬ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମାତୃଭାଷା ଓଡ଼ିଆ ବିଷୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ଶ୍ରୀ କେଶବ ବେହେରା ମଣ୍ଡଳ ସେଣ୍ଟର ସୁପରଡେଣ୍ଟ ଥିଲା ବେଳେ ଶ୍ରୀ ଏନ୍ ଆପଲ ରାଜୁ ସହକାରୀ ସୁପରଡେଣ୍ଟ ଥିଲେ । ଏହି ପରୀକ୍ଷା କେନ୍ଦ୍ରରେ ୧୩୦ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିଲା ବେଳେ ସମସ୍ତ ୧୩୦ଜଣ ପରୀକ୍ଷା ଦେଇଥିଲେ। ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ଅବଜରଭର ଦାୟିତ୍ୱ ତୁଲାଇଥିଲେ।ସେହିପରି ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଗୌରହରୀ ସାହୁ ଦାୟିତ୍ୱ ତୁଲାଇଥିଲା ବେଳେ ଶ୍ରୀ ଗୌରପ୍ରସାଦ ପରିଡ଼ା ସହକାରୀ ନିୟନ୍ତ୍ରକ ଭାବେ ଦାୟିତ୍ବ ବହନ କରିଥିଲେ। ଉକ୍ତ ପରୀକ୍ଷା କେନ୍ଦ୍ରରେ ୧୫୨ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିଲା ବେଳେ ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସିଙ୍ଗନା ତାଡିଙ୍ଗି ଅବଜରଭର ଦାୟିତ୍ୱ ତୁଲାଇଥିଲେ।ସେହିପରି ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଡାଙ୍ଗସୋରଡା ଠାରେ ଶ୍ରୀ ମୂର୍ତ୍ତିଞ୍ଜୟ ପଟ୍ଟନାୟକ ସୁପରିଣ୍ଟଡେଣ୍ଟ ଦାୟିତ୍ୱରେ ଥିଲା ବେଳେ ଶ୍ରୀ ସୁରତ କୁଶୁଲିଆ ସହକାରୀ ସୁପରିଣ୍ଟଡେଣ୍ଟ ଦାୟିତ୍ୱ ତୁଲାଇଥିଲେ । ସେହି ପରୀକ୍ଷା କେନ୍ଦ୍ର ପାଇଁ ୧୧୪ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୧୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ ଅବଜରଭର ଦାୟିତ୍ୱ ଗ୍ରହଣ କରିଥିଲେ।ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୃଙ୍ଖଳା ରକ୍ଷା କରାଯାଇଥିଲା ବେଳେ ଚନ୍ଦ୍ରପୁର ତହସିଲ ଦାର ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ । ଶାନ୍ତି ଶୃଙ୍ଖଳାର ସହିତ ପ୍ରଥମ ଦିନର ପରୀକ୍ଷା ପରିଚାଳିତ ହୋଇଯାଇଛି।