ବରିଷ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶାହ ଦିବସ ପାଳିତ ।

ବରିଷ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶାହ ଦିବସ ପାଳିତ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ):- ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ତହସିଲ ଅଫିସ ସାମ୍ନାରେ ରହିଥିବା ବରିଷ୍ଟ ବ୍ୟବସ୍ୟାୟି କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କଗତ 10 ତାରିଖରେ ମୃତ୍ୟୁ ହୋଇ ଥିଲା । ତାଙ୍କ ମୃତ୍ୟୁରେ ପରିବା ବ୍ୟବସାୟୀ ସଙ୍ଘ ତରଫରୁ ସମୁର୍ଣ ଭାବେ ବଜାର ବନ୍ଦ କରିବା ସହିତ ତାଙ୍କ ଅନ୍ତିମ ସଂସ୍କାର ରେ ସମସ୍ତ ବ୍ୟବସ୍ୟାୟି ମାନେ ସହଯୋଗ କରିଥିଲେ । 68ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହୋଇ ଥିଲା । ମୃତ୍ୟୁ ଶଯ୍ୟା ସମୟରେ ତାଙ୍କ ପତ୍ନୀ ବସନ୍ତ କୁମାରୀ ପଣ୍ଡା, ପୁଅ ସିମାଞ୍ଚଳ ପଣ୍ଡା, ଦୁଈ ଝିଅ ଓ ଜୋଇଁ ତାରିଣୀ ପ୍ରଭା ପାଣିଗ୍ରାହୀ, ବଡ଼ ଜୋଇଁ ସାଇବ ପାଣିଗ୍ରାହୀ, ସାନ ଝିଅ ନଳିନୀ ପ୍ରଭାମହାପାତ୍ର, ଯୋଇଁ ଶ୍ୟାମ ସୁନ୍ଦର ମହାପାତ୍ର, ଏବଂ ନାତି, ନାତୁଣୀ, ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ, ଉପସ୍ଥିତ ଥିଲେ । କୃଷ୍ଣ ପଣ୍ଡା ଜଣେ ସତ୍ୟନିଷ୍ଟ ବ୍ୟକ୍ତି ଥିଲେ । ଆଜି ତାଙ୍କ ଦ୍ୱାଦଶାହ ଦିବସ ରେ ଉପସ୍ଥିତ ବନ୍ଧୁ ବର୍ଗ, ଆତ୍ମୀୟ ସ୍ୱଜନ, ବ୍ୟବସାୟୀ ଭାଇ ମାନେ ଦିବଗନ୍ତ ବ୍ୟକ୍ତିଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

You might also like
error: Content is protected !!