ପୁରୁଷୋତ୍ତମପୁର ବ୍ଲକ ର ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ପିଆଇ ମେମ୍ବର
ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ):- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ବିଡ଼ିଓ ଥିବା ଶରତ ଚନ୍ଦ୍ର ପାତ୍ରଙ୍କ ପୁରୁଷୋତ୍ତମପୁର ବ୍ଲକ କୁ ବଦଳି ପରେ ସେଠାରୁ ରିଲିଭ ହୋଇ ପୁରୁଷୋତ୍ତମପୁର ବ୍ଲକରେବିଡ଼ିଓ ଭାବେ ଯୋଗଦେଇ କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ତେବେ ଆଜି ପୂର୍ବାହ୍ନ ରେ ବ୍ଲକ ଅଧକ୍ଷା ପିଙ୍କି ବେହେରାଙ୍କ ସହିତ ଯୁବନେତା ନିର୍ମଳ ଚନ୍ଦ୍ର ସାହୁ, 36ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରାବ, ଓ 37 ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, କୋରନାଥ ସ୍ୱାଇଁ, ଇନ୍ଦ୍ରଜିତ ବେହେରା, ସୁଧାକର ଗୌଡ଼, ଇନ୍ଦ୍ରଜିତ ନାୟକ, ରମେଶ ଦଳେଇ, ଉଷାରାଣୀ ବେହେରା, ସୁଧାକର ଗୌଡ଼, କୈଳାଶ ସେଠୀ, କୁମୁଦ ବେହେରା, ନମିତା ବେହେରା, ସାରଳା ବେହେରା, ବିନୋଦିନୀ ପଣ୍ଡା, ଏନ. ରାମଚନ୍ଦ୍ର ରେଡି, ତାପସ ବେହେରା, ଆଭା ପରିଡା, ନୀଳମଣି ପଣ୍ଡା,ଅନ୍ୟ ନେତା, ଅନ୍ୟନ୍ୟ କର୍ମୀ ମାନଙ୍କ ସହିତ 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟ ମାନେ ଏକତ୍ରିତ ହୋଇ ବିଡ଼ିଓଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଓ ମିଷ୍ଟାନ ଖୁଆଇଥିଲେ ।

ବିଡ଼ିଓ ମଧ୍ୟ ବ୍ଲକ ଅଧକ୍ଷା ଙ୍କ ସହ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ସୌଜନ୍ୟ ମୂଳକ ଭାବେ କଥା ବାର୍ତ୍ତା କରି ଖୁସି ବ୍ୟକ୍ତ କରିଥିଲେ ଏବଂ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା, ମାନଙ୍କ ନାମ ଓ ଗ୍ରାମ ପଚାରି ବୁଝି ଥିଲେ । ଏହା ସହ ଉପସ୍ଥିତ ଥିବା ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଙ୍କୁ ରାଜ୍ୟ ସରକାର ଙ୍କ ପଞ୍ଚାୟତ ପାଇଁ ଆସିଥିବା ଅନୁଦାନ ଉପରେ ବୁଝାଇ ବାକୁ କହିଥିଲେ । ବିଭିନ୍ନ ଯୋଜନା ଗୁଡ଼ିକ କିପରି କେଉଁ ମାଧ୍ୟମରେ କାର୍ଯ୍ୟକରିହେବ ତାଉପରେ ମଧ୍ୟ ସମ୍ୟକ ଦିଗଦର୍ଶନ ଦେଇଥିଲେ । ତେବେ ଆଗାମୀ 25 ତାରିଖ ଦିନ ବ୍ଲକ ବୈଠକ ହଲରେ ହେବାକୁ ଥିବା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହି ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ କହିଥିଲେ ।