ମାନସିକ ଗ୍ରସ୍ତ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ।

ନୟାଗଡ଼, ( ପ୍ରଭାକର ଶିରୋମଣି ):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୂଆ ଗଡିଆ ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ର ଅଧୀନରେ ଥିବା କଣ୍ଟିଲୋ ପ୍ରାଥମିକ  ସ୍ୱାସ୍ଥ୍ୟ ଓ  ଆରୋଗ୍ୟ କେନ୍ଦ୍ର ରେ ଆଜି ଶୁକ୍ରବାର ଆଖ ପାଖରେ ଥିବା ବେଣାଗାଡ଼ିଆ, ବଡ ବାଣପୁର, ସିଧାମୁଳା ଓ କଣ୍ଟିଲୋ ପଞ୍ଚାୟତ  ଅଞ୍ଚଳରେ ବସବାସ କରୁଥିବା ୨୧ ଜଣ ମାନସିକ ଗ୍ରସ୍ତ ରୋଗୀଙ୍କୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ଏକ ମାସ ପାଇଁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନସିକ ବିଭାଗ ଡାକ୍ତର  ସବିତା କୁମାରୀ ବରାଡ଼ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରିଥିଲେ ।ଏହି ଅଞ୍ଚଳର ସମସ୍ତ ଆଶା କର୍ମୀମାନେ ଉପସ୍ଥିତ ଥିଲା ବେଳେ ନୂଆ ଗଡିଆ ସାହି ସ୍ୱାସ୍ଥ୍ୟ କେନ୍ଦ୍ର  ବ୍ଳକ ପ୍ରୋଗ୍ରାମ ମ୍ୟାନେଜର  ବିଶ୍ୱ ରଞ୍ଜନ ସୁବୁଦ୍ଧି, ନୂଆ ଗଡିଆ ସାହି ଗୋଷ୍ଟୀ ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଅଭିସାର ପଣ୍ଡା , କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭେଷଜ ବିଜ୍ଞାନୀ ମାନସ କୁମାର ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ  ଉପସ୍ଥିତ ରହି ସହଯୋଗ କରିଥିଲେ ।

You might also like
error: Content is protected !!