ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନ ପରୀକ୍ଷା ସମ୍ପନ୍ନ
ନୟାଗଡ, ( ପ୍ରଭାକର ଶିରୋମଣି ):- ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଶୁକ୍ରବାର ଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏହି ଅବସରରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ନୋଡାଲ ବିଦ୍ୟାପୀଠରେ ୧୩୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୭ ଜଣ ପରୀକ୍ଷା ଦେଉଥିଲା ବେଳେ ଏହି ପଞ୍ଚାୟତ ଅଧୀନରେ ଥିବା କୁଞ୍ଜବିହାରୀ ନୋଡାଲ ବିଦ୍ୟାଳୟରେ ୧୩୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ଜଣାଯାଇଛି । ପ୍ରତ୍ୟେକ ବିଦ୍ୟାଳୟରେ ସି ସି ଟିଭି କ୍ୟାମେରା ଲଗାଯିବା ସହିତ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା କାର୍ଯ୍ୟ ଚାଲୁ ରହିଛି । ସୂଚନା ଯୋଗ୍ୟ ଯେ ନୀଳମାଧଵ ନୋଡାଲ ବିଦ୍ୟାପୀଠ କେନ୍ଦ୍ରରେ କୁଞ୍ଜ ବିହାରୀ ନୋଡାଲ ବିଦ୍ୟାଳୟ, ମର୍ଦରାଜ ପୁର ଓ କଳପଙ୍ଗି ହାଇସ୍କୁଲ ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେଉଥିବା ବେଳେ କୁଞ୍ଜ ବିହାରୀ ନୋଡାଲ ବିଦ୍ୟାପୀଠରେ ବେଣା ଗାଡ଼ିଆ ସାତ ଗାଁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ, ସିଧାମୂଳ ।ଗୋକୁଳାନନ୍ଦ ଜୀଉ ବିଦ୍ୟା ମନ୍ଦିର ପିଲାମାନେ ପରୀକ୍ଷା ଦେଇଥିବା ପ୍ରକାଶ ।