ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ
ନୟାଗଡ଼,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ୮ ଦିନିଆଁ ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ୨୦ ତାରିଖ ଗୁରୁବାର ଉଦଯାପିତ ହୋଇଯାଇଛି l ଏତଦ ଉପଲକ୍ଷେ ମହାବିଦ୍ୟାଳୟ ସଭା କକ୍ଷ ରେ ଆୟୋଜିତ ଉଦଯାପନୀ ସଭାରେ କଲେଜ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଜର ସୁରକ୍ଷା ପାଇଁ ନାରୀ ଶକ୍ତି ତଥା ମିଳିତ ଶକ୍ତି ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ପରିସ୍ଥିତି କୁ ଅନୁଧ୍ୟାନ କରି ପ୍ରଥମ ପର୍ଯ୍ୟାୟ ରେ ସହନ ଶୀଳତା ନୀତି ଅବଲମ୍ବନ କରିବା ଉଚିତ ହେବ ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥିଭାବେ ଅଧ୍ୟାପିକା ସୁଶ୍ରୀ ଜୟଶ୍ରୀ ସାହୁ, ଅଧ୍ୟାପିକା କଲ୍ୟାଣୀ ପଣ୍ଡା, ଅଧ୍ୟାପିକା ରଶ୍ମିତା ସାହୁ, ଅଧ୍ୟାପିକା ନମିତା ସାହୁ ଓ କ୍ରୀଡା ଅଧ୍ୟାପକ ଅଶୋକ କୁମାର ବେହେରା ଯୋଗ ଦେଇ ଛାତ୍ରୀ ମାନଙ୍କର କୌଶଳ ପ୍ରଦର୍ଶନର କେତେକ ନମୁନା ଦେଖିବା ପରେ ଆବଶ୍ୟକ ପରାମର୍ଶ ଦେଇଥିଲେ l
ଛାତ୍ରୀ ସୂର୍ଯ୍ୟକାନ୍ତି ସ୍ୱାଇଁ, ଅଞ୍ଜଳି ମହାରଣା ଅଭିନୟ ମାଧ୍ୟମରେ ଆତ୍ମ ରକ୍ଷା କୌଶଳ ନମୁନାର ଏକ ଝଲକ ଦେଖାଇ ବାସ୍ତବତା କୁ ସମସ୍ତ ଅତିଥି ମାନଙ୍କ ନଜରକୁ ଆଣିଥିଲେ l ଏହି ଅବସରରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ବର୍ଷା ପ୍ରିୟ ଦର୍ଶିନୀ ଦାଶ, କୁନି ସାହୁ ଓ ଅନ୍ୟମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନୁଭୂତି ବର୍ଣ୍ଣନା କରିଥିଲେ l ଆତ୍ମ ରକ୍ଷା କୌଶଳ ମାଧ୍ୟମରେ ନିଜକୁ ସୁରକ୍ଷା ଦେଇ. ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବାକୁ ତାଲିମ ପ୍ରାପ୍ତ ବାଳିକା ମାନଙ୍କୁ ସଭାପତି ଡ. ତ୍ରିପାଠୀ ସମାଜର ମଙ୍ଗଳ ନିମିତ୍ତ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଶେଷରେ ପ୍ରଶିକ୍ଷଣ ପାଇଥିବା ଶତାଧିକ ଛାତ୍ରୀ ମାନ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପ୍ରଶିକ୍ଷିକା ଶୁଭଶ୍ରୀ ସାହୁ ପରିଚାଳନା କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲା ବେଳେ କାର୍ଯ୍ୟକ୍ରମର ସଞ୍ଚଳିକା ଅଧ୍ୟାପିକା ସରଳା ବେହେରା. ପ୍ରାରମ୍ଭିକ ଭାଷଣ ଦେ